March 18, 2026

Utkal Sambad

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନ୍ୟାୟିକ ହେପାଜତ ପୁଣି ଥରେ ବୃଦ୍ଧି କରାଯାଇଛି। ସିବିଆଇ ମାମଲାରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ବର୍ତ୍ତମାନ ସିଏମ କେଜ୍‌ରିଓ୍ବାଲଙ୍କୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ। ସୂଚନାଯୋଗ୍ୟ , ଦିଲ୍ଲୀ ମଦ ନୀତି ସହ ଜଡିତ ସିବିଆଇ ମାମଲାରେ ସିଏମ କେଜ୍‌ରିଓ୍ବାଲଙ୍କ ହେପାଜତ ଅଗଷ୍ଟ ୨୭ରେ ଶେଷ ହେବାକୁ ଥିଲା। ଏହା ପରେ ଶୁଣାଣି ସମୟରେ କୋର୍ଟ ତାଙ୍କ ହେପାଜତକୁ ବୃଦ୍ଧି କରିଥିଲେ। କେଜ୍‌ରିଓ୍ବାଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଇଡି ଗିରଫ ମାମଲାରେ ସୁପ୍ରିମକୋର୍ଟ ଜୁଲାଇ ୧୨ ରେ ସିଏମ କେଜ୍‌ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏବେ ତାଙ୍କୁ ସିବିଆଇ ଗିରଫ ମାମଲାରେ ଜେଲରେ ରହିବାକୁ ପଡ଼ିବ।