ଭୁବନେଶ୍ୱର : ସୁସ୍ଥ ଉଦର ସୁସ୍ଥ ଶରୀର । ଉତ୍ତମ ଏବଂ ସ୍ୱାଦିଷ୍ଟ ଖାଦ୍ୟ କାହାକୁ ବା ନାପସନ୍ଦ । ଆଉ ଯଦି ଆପଣଙ୍କୁ ଗୋଟିଏ ଜାଗାରେ ବସି ସମଗ୍ର ବିଶ୍ୱର ଖାଦ୍ୟ ସମ୍ଭାର ମିଳେ, ତେବେ କଣ ଆପଣ ଏହାକୁ ହାତଛଡା କରିବେ କି ? ଏଭଳି ସୁଯୋଗ ଏବେ ଭୁବନେଶ୍ୱରରେ ହିଁ ମିଳିବ । କିଟ୍ ରୋଡରେ ନୂଆ କରି ଖୋଲିଛି ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ । ଓଲିଉଡ୍ ଅକ୍ଟର ତଥା ଷ୍ଟାଇଲ୍ ଆଇକନ୍ ଶୁଭାଶିଷ୍ ଶର୍ମା ଥର୍ ରେଷ୍ଟୁରାଣ୍ଟ ଏବଂ କାଫେର ଶୁଭ ଉଦଘାଟନ କରିଛନ୍ତି ।
ସୁନ୍ଦର ପରିବେଶ ସାଙ୍ଗକୁ ହୃଦୟସ୍ପର୍ଶୀ ସଙ୍ଗୀତ ଏବଂ ତା ସହିତ ଏକ ସୂକ୍ଷ୍ମ ତଥା ନିଜ ରୋଷେଇ ଘରର ଅଭିଜ୍ଞତାକୁ ନେଇ ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ ନେଇ ଆସିଛି ଖାଦ୍ୟର ପସରା । ସମଗ୍ର ବିଶ୍ୱକୁ ଗୋଟିଏ ଥାଳିରେ ଏବଂ ଗୋଟିଏ ସମୟରେ ପରସିବାର ପ୍ରୟାସ କରିଛି ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ । ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ସାମଗ୍ରୀ ସାଙ୍ଗକୁ ସମ୍ପୂର୍ଣ୍ଣ ସଫାସୁତୁରା ପରିବେଶରେ ଅଭିଜ୍ଞ ସେଫ୍ ମାନଙ୍କ ତତ୍ୱାବଧାନରେ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛି ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ ।
କଥାରେ ଅଛି ଯେ ଦେଶେ ଯାଇ ସେ ଖାଦ୍ୟ ଖାଇ । ଅର୍ଥାତ୍ ଖାଦ୍ୟ ହେଉଛି ଏକ ଭ୍ରମଣର ପରିଭାଷା । ଆଉ ଯେଉଁଠାରେ ଖାଇଥାଉ ତାହା ହେଉଛି ଏକ ସୁନ୍ଦର ଗନ୍ତବ୍ୟସ୍ଥଳ । ଏହାକୁ ନିଜ ଥିମ୍ ଭାବେ ଗ୍ରହଣ କରିଛି ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ । ରୋଷେଇଶାଳରୁ ଗ୍ରାହକଙ୍କ ପ୍ଲେଟ୍ ଏବଂ ପରେ ସେମାନଙ୍କ ହୃଦୟର ପ୍ରିୟଭାଜନ ହେବାର ପ୍ରୟାସ କରୁଛି ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ । ଇଣ୍ଡିଆନ୍, ଚାଇନିଜ୍, କଣ୍ଟିନେଣ୍ଟାଲ୍ ଖାଦ୍ୟର ପସରା ଏଠାରେ ଦେଖିବାକୁ ମିଳିବ । ଏହାସହ କରପୋରେଟ୍ ଇଭେଣ୍ଟ, ବିବାହ ଉତ୍ସବ, ବାର୍ଥଡେ ସେଲିବ୍ରେସନ୍, ସୋଶିଆଲ୍ ଇଭେଣ୍ଟ ସହିତ ସବୁ ପ୍ରକାରର ସୁବିଧା ମିଳିବ । ଖାଲି ସେତିକି ନୁହେଁ ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ ନେଇଆସିଛି ବେଷ୍ଟ ଆରବିକ୍ ହୁକ୍କା ।
ଇନାଗୁରାଲ୍ ଅଫର ଭାବେ ସପ୍ତାହେ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଏହାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି । ମାତ୍ର ୩୫୦ ଟଙ୍କାର ଖାଦ୍ୟ ବିଲ୍ ଉପରେ ହୁକ୍କା ସମ୍ପୂର୍ଣ୍ଣ ମାଗଣା । ସମସ୍ତ ଗେଷ୍ଟମାନଙ୍କ ନିମନ୍ତେ ଫ୍ରି ଡ୍ରିଙ୍କସ୍ ର ସୁବିଧା ମଧ୍ୟ ରହିଛି । ସପ୍ତାହେ ପର୍ଯ୍ୟନ୍ତ ଥର୍ ରେଷ୍ଟୁରାଣ୍ଟ ଏବଂ କାଫେ ପକ୍ଷରୁ କମ୍ବୋ ଅଫର ମଧ୍ୟ ଉପଲବ୍ଧ ରହିଛି । ଗୋଟିଏ ହୁକ୍କା ସହିତ ୩ ଜଣଙ୍କ ପାଇଁ ଖାଦ୍ୟ ଏବଂ ଡ୍ରିଙ୍କସ୍ ମାତ୍ର ୧୦୦୦ ଟଙ୍କା ରହିଛି ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା