ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବନାଞ୍ଚଳ, ଓ ମହାନଦୀ ବନ୍ୟା ପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ର ବନ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି ବୋଲି ଆପଣ ମାନେ ଏହି ଫଟୋ ଦେଖି ଜାଣିପାରିବେ, ସୂଚନା ଅନୁସାରେ ବନ କର୍ମଚାରୀ ମାନଙ୍କ ସୁରକ୍ଷା ନେଇ ବନ କର୍ମଚାରୀ ସଙ୍ଘ ତରଫରୁ ରାଜ୍ୟ ସରକାର ଙ୍କ ନିକଟରେ 3ଦଫା ଦାବି ନେଇ ଗତ ରବିବାର ଦିନ ଠାରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି, ଜୁନ ମାସ 21ତାରିଖ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ସମୂହ ଛୁଟିରେ ରହି ଆରସିସିଏଫ ଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ୟୁନିଫର୍ମ ପିନ୍ଧି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି,
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ