March 18, 2026

Utkal Sambad

କବିତା,ଶିବ ବିବାହ

ସୁରେଶ ଚନ୍ଦ୍ର ପାଢୀ

ଆସ ହେ ଶିବ ସାଜି ମୋ ବର

ଅପେକ୍ଷା କରିଛି ପାର୍ବତୀ ତୁମର

ତୁମ ପାଇଁ କେତେ ତପ କରିଲି

ଅପର୍ଣ୍ଣା ରୂପେ ସାଧନା ରେ ଥିଲି

ତୁମେ ମୋର ଶିବ ମୁହିଁ ତୁମର

ଶକ୍ତି ବିନା ଲାଗ ଅଧା ମହେଶ୍ଵର

ହିମାଳୟ ମୋର ପିତା ଙ୍କର ଘର

ବୃଷଭ ବହନ ରେ ଆସ ହେ ଶଙ୍କର

ତୁମେ ସଦା ଶିବ ହେଲ ଦିଗାମ୍ବର

ବର ଯାତ୍ରୀ ଭୂତ ପ୍ରେତ ତୁମର

ଭସ୍ମ ରେ ସଜାଇ ଦିଅ ଶରୀର

ମୁଣ୍ଡ ମାଳ ପିନ୍ଧି ଆସ ଚନ୍ଦ୍ର ଶେଖର

ମଇନା ତ ମମତା ମୟୀ ମା ମୋର

ବିବାହ ଦେଖିବେ ସୁର ନର ବୀର

ଜଗତ ପାଇଁ ଆସ ହେ ଯୋଗେଶ୍ୱର

ଶିବ ଶକ୍ତି ମିଳନ ଦେଖିବ ସଂସାର

 

ବୁଗୁଡ଼ା,ଗଞ୍ଜାମ