ଭୁବନେଶ୍ୱର: ଓଡିଶା ଆର୍ଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ଦ୍ବାରା ଶୈଳଶ୍ରୀ ବିହାରରେ ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳିତ।
ଏ.ଏସ୍. (ଆକ୍ସିଆଲ୍ ସ୍ପଣ୍ଡିଲୋଆର୍ଥ୍ରାଇଟିସ୍) ରୋଗରେ ବିଶ୍ଵର ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ଭାରତରେ ପ୍ରତି 100 ଜଣ ଯୁବ ବୟସ୍କଙ୍କ ମଧ୍ୟରୁ 1 ଜଣଙ୍କୁ ହୋଇଥାଏ । ଏହି ରୋଗ ସାଧାରଣତଃ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ ଏବଂ ଏହାର ଶାରୀରିକ, ଆର୍ଥିକ, ସାମାଜିକ ଏବଂ ମାନସିକ ପ୍ରଭାବ ଥାଏ। ଏହା ସବୁ ବୟସ ଓ ଲିଙ୍ଗର ଲୋକଙ୍କୁ ପ୍ରଭାବିତ କରିପାରେ I ଯଦି ଶୀଘ୍ର ଚିକିତ୍ସା ଆରମ୍ଭ ନ ହୁଏ, ତେବେ ଆର୍ଥ୍ରାଇଟିସ୍ରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ବିକୃତି ଦେଖାଯାଇପାରେ ଓ ସେମାନେ ଭିନ୍ନକ୍ଷମ ହୋଇପାରନ୍ତି । ପ୍ରତିବର୍ଷ ମେ ମାସର ପ୍ରଥମ ଶନିବାରକୁ ବିଶ୍ଵ ଆକ୍ସିଆଲ୍ ସ୍ପଣ୍ଡିଲୋଆର୍ଥ୍ରାଇଟିସ ଦିବସ ଭାବେ ପାଳନ କରି ଲୋକମାନଙ୍କ ମଧ୍ୟରେ ଏହି ଭିନ୍ନକ୍ଷମ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ।
ଏଏସ୍ ରୋଗର ପ୍ରାଥମିକ ଚିକିତ୍ସା ପାଇଁ ସଚେତନତାର ଅଭାବ ସବୁଠାରୁ ବଡ଼ ବାଧକ ସାଜିଛି। ଏଏସ ରୋଗ ନିର୍ଣ୍ଣୟରେ ବିଶ୍ୱସ୍ତରରେ ୭ ବର୍ଷ ବିଳମ୍ବ ହେବା ଫଳରେ ଅପରିବର୍ତ୍ତିତ ଓ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଆଶ୍ଚର୍ୟ୍ୟର କଥା ହେଉଛି, ମହିଳାମାନଙ୍କର ଏଏସ୍ ରୋଗ ନିର୍ଣ୍ଣୟ କରିବା ପାଇଁ 2 ବର୍ଷ ଅଧିକ ସମୟ ଲାଗିପାରେ। ଏହାର କାରଣ ହେଉଛି ପୁରୁଣା ବିଶ୍ବାସ ଯେ ଏହି ରୋଗ ମୁଖ୍ୟତଃ ପୁରୁଷମାନଙ୍କୁ ପ୍ରଭାବିତ କରିଥାଏ। ଏଏସ୍ ରୋଗୀମାନଙ୍କ ମଧ୍ୟରୁ ୬୨% ପ୍ରତିଶତ ଲୋକଙ୍କ ପାଖରେ ମନସ୍ତାତ୍ତ୍ଵିକ ସମସ୍ୟାର ଆଶଙ୍କା ଥାଏ।
ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (ଓଏଆଏସ୍ଟି) ଏବଂ ଓଏଆର୍ସି(OARC) ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥୁଲା, ଓଏଆର୍ସିର ମେଡିକାଲ୍ ନିର୍ଦ୍ଦେଶକ ତଥା ରାଜ୍ୟର ଜଣେ ଖ୍ୟାତନାମା ରିଉମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡା ଓ ଓଏଆର୍ସି ଶୈଳଶ୍ରୀ ବିହାର ଶାଖାର ମୁଖ୍ୟ ପରାମର୍ଶଦାତା, ରିଉମାଟୋଲୋଜିଷ୍ଟ ଡଃ ଦେବାଶିଷ ମାଇକାପ୍ ଡାକ୍ତର ଦେବାଶିଷ ମାଇକାପ୍ ଏହି ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଏହାର ଚିକିତ୍ସାରେ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ । ଯଦି କେହି ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି, ତେବେ ସେମାନେ ଯଥାଶୀଘ୍ର ରିଉମାଟୋଲୋଜିଷ୍ଟଙ୍କ ନିକଟକୁ ଯାଇ ଭଲ ଫଳାଫଳ ଏବଂ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ପରାମର୍ଶ ନେବା ଉଚିତ ବୋଲି ସେମାନେ କହିଥିଲେ।
ଏହି ଅବସରରେ OARFT ପକ୍ଷରୁ OARC ଶୈଳଶ୍ରୀ ବିହାର ପରିସରରୁ ଡିଏଭି ସ୍କୁଲ୍ ଛକ ପର୍ୟ୍ୟନ୍ତ ଏକ ୱାକାଥନର ଆୟୋଜନ କରାଯାଇଥିଲା । ଏହି ୱାକାଥନର ଉଦ୍ଘାଟନ ଭୁବନେଶ୍ୱର ଉତ୍ତର ବିଧାନସଭା ମାନ୍ୟନୀୟ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ କରିଥିଲେ I ବରିଷ୍ଠ ଚିକିସ୍ଟାକ ଏବଂ ଭାରତୀୟ ରିଉମାଟୋଲୋଜି ସଂଘ (ଓଡିଶା ଶାଖା) ର ସଭାପତି ଡାକ୍ତର ଶ୍ରୀ ଶିଶିର କୁମାର ମହାପାତ୍ର, ଭାରତୀୟ ରିଉମାଟୋଲୋଜି ସଂଘ (ଓଡିଶା ଶାଖା) ର ପୂର୍ବତନ ସଭାପତି ଡାକ୍ତର ଭରତ ପାଣିଗ୍ରାହୀ ଏବଂ ଡାକ୍ତର ମନୋଜ ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇଥିଲେ ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା