ଭୁବନେଶ୍ୱର: ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନୀ ସଫଳତା ପାଇଥିବା ଭାଜପା ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ଏବେ ବିଭାଗୀୟ ସଚିବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସମସ୍ତ ବିଭାଗର ନଥିପତ୍ର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଇଥିବା ନିର୍ଦ୍ଦେଶକୁ ପାଳନ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ୨୯ତାରିଖ ସୁଦ୍ଧା ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗୀୟ ସଚିବମାନଙ୍କୁ ରିପୋର୍ଟ ମଗାଯାଇଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ବିଭିନ୍ନ ବିଭାଗ ପକ୍ଷରୁ ଓଡ଼ିଆ ଭାଷାରେ ନଥିପତ୍ର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବାରେ ଲାଗିଛି ।
More Stories
ଭାରତୀୟ ମଜଦୂର ସଂଘର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ
ରୋଗୀ କଲ୍ୟାଣୀ ସମିତି ବୈଠକ ଅନୁଷ୍ଠିତ
ରାଶନ କାର୍ଡ କିପରି କରିବେ ସଂଶୋଧନ