ଭୁବନେଶ୍ୱର: ଗୋଟିଏ ସ୍ଥାନରେ କମ୍ ମୂଲ୍ୟରେ ମହିଳାମାନଙ୍କୁ ସୁହାଇଲା ଭଳି ଅତ୍ୟାଧୁନିକ ବୁଟିକ୍ ଏଆର ୱାନ ଫ୍ୟାଶନ ଡିଜାଇନର ରାଜଧାନୀ ଉପକଣ୍ଠ ପୁରୀ କେନାଲ ନିକଟ ହଂସପାଳ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଧାବିକା ଦୂତୀଚାନ୍ଦ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଅଭିନେତ୍ରୀ ପ୍ରକୃତି ମିଶ୍ର ଓ କ୍ରିଷ୍ଣା ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ବର୍ତ୍ତମାନ ସମୟରେ ମହିଳାମାନେ ସୁନ୍ଦର ଦିଶିବା ପାଇଁ ଦିନକୁ ଦିନ ବିଭିନ୍ନ ଡିଜାଇନରର ଶାଢୀ ଡ୍ରେସ, ସାଲୁଆର ପିନ୍ଧିବାକୁ ପସନ୍ଦ କରୁଛନ୍ତି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରିଚାଙ୍କ ପ୍ରେରଣା ସମାଜ ପାଇଁ ଉଦାହରଣ ପାଲଟିବ । ଯାହାକି ପାର୍ଟିଓୟାର, ଏନଗେଜମେଣ୍ଟ, ବିବାହ ବିଭିନ୍ନ ଡିଜାଇନର ଫ୍ୟାଶନ ମିଳିପାରିବ । ଏହି ଅବସରରେ ବବିତା ମହାନ୍ତି, ରୂପା, ରିଚା, ସୁଧିର ଉପସ୍ଥିତ ଥିଲେ ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ