ନୂଆଦିଲ୍ଲୀ: ଓଡ଼ିଶାରେ ଏବେ ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍ପେଣ୍ଡ ହୋଇଛନ୍ତି। ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଫୋନ୍ କଲ ରେକର୍ଡ଼ିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା।ଘଟଣା ସାମ୍ନାକୁ ଆସିବା ପରେ କନୌଜ ଆରକ୍ଷୀ ଅଧିକ୍ଷକ(ଏସପି) ଅମିତ କୁମାର ଆନନ୍ଦ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏହି ମାମଲାର ଏକ ବିଭାଗୀୟ ଅନୁସନ୍ଧାନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କନୌଜ ଅଞ୍ଚଳରେ ସବ-ଇନ୍ସପେକ୍ଟର ରାମକ୍ରିପାଲ ସିଂ ଲାଞ୍ଚ ଭାବେ ଆଳୁ ଡିମାଣ୍ଡ କରିଥିଲେ।
More Stories
ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ
ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ