ଭୁବନେଶ୍ୱର: ଗତ ସରକାରଙ୍କ ‘ଆମ ଓଡିଶା, ନବୀନ ଓଡ଼ିଶା’ କାମ ଆଗେଇ ନିଆଯିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ସେହିଭଳି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ଯେ ‘ଆମ ଓଡିଶା ନବୀନ ଓଡିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି। ସେ ବାବଦରେ ଆମେ ତର୍ଜମା କରୁଛୁ। କାମ କରିଥିବା ସଂସ୍ଥାକୁ ଟଙ୍କା ନିଶ୍ଚିତ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରାୟ ୩୦ରୁ ୪୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି, ଯାହାର ପେମେଣ୍ଟ ବି ହୋଇଛି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ରେ ବିଜେଡି କର୍ମକର୍ତ୍ତା ଯାହା କହୁଥିଲେ ତାହା ହେଉଥିଲା। ବିଜେଡ଼ି ସରକାର ପଲ୍ଲୀ ସଭା କରୁ ନ ଥିଲା । କିନ୍ତୁ ଆମ ସରକାର ତାହା କରିବନି। କଂଗ୍ରେସ ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ‘ଆମ ଓଡିଶା ନବୀନ ଓଡିଶା’ରେ ୩ ହଜାର ୪୫୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଗ୍ରାମ ସଭା ଓ ପଲ୍ଲୀ ସଭାକୁ ଆମ ସରକାର ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ