June 27, 2025

Utkal Sambad

ଆଡକଟା ଠାରୁ କେନ୍ଦୁଆବିଡା ରାସ୍ତା ଶୋଚନୀୟ, ପ୍ରଶାସନ ନଜର ପଡିବ କେବେ?

ଗଣିଆ:(ମନୋରଞ୍ଜନ ମଳିକ ): ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଆଡ଼କଟା ଠାରୁ କେନ୍ଦୁଆବିଡା ରାସ୍ତା ଟି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି  I ଖବର ନେବାର ଜଣାଗଲା ଯେ, କେନ୍ଦୁଆବିଡା ସ୍କୁଲ ଠାରୁ ତାମରଝୋଲା ପ୍ରଯ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି I ଏହି ରାସ୍ତା ଉପରେ କେନ୍ଦୁଆବିଡା ଓ ତାମରଝୋଲା ଗ୍ରାମବାସୀ ମାନେ ନିର୍ଭର କରନ୍ତି I ଏହି ରାସ୍ତା ଦେଇ ପ୍ରତେକ ଦିନ ଗଣିଆ ବଜ଼ାର, ଆଡ଼କଟା ବଜ଼ାର ସହିତ ସ୍କୁଲ କଲେଜଛାତ୍ରଛାତ୍ରୀ ମାନେ ବହୁତ ଅସୁବିଧା ହେଉଛନ୍ତି I ଗାଡି ମଟର ଏହି ରାସ୍ତା ଦେଇ ଠିକି ଭାବରେ ଯାଇ ପାରୁନାହିଁ ଫଳରେ ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେବା ସହ ଏହି ରାସ୍ତା ଆଜକୁ ଦୀର୍ଘ ହେଲା ଖରାପ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ନଜର କେବେ ପଡିବ ତାହା ଦେଖିବାକୁ ବାକି ରହିଲା I