March 18, 2026

Utkal Sambad

ଅମ୍ବାନୀଙ୍କୁ ପଛରେ ପକେଇଲେ ଆଦାନୀ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ମୁକେଶ ଅମ୍ବାନୀ ଦୀର୍ଘଦିନ ଧରି ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ବର୍ତ୍ତମାନ ଏହି ମୁକୁଟ ଗୌତମ ଆଦାନୀଙ୍କ ନିକଟକୁ ଯାଇଛି। ଇଣ୍ଡିଆ ରିଚ୍‌ ୨୦୨୪ ତାଲିକା ଅନୁଯାୟୀ, ମୋଟ୍‌ ୧୫୩୯ ଭାରତୀୟଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହି ସମସ୍ତ ବ୍ୟକ୍ତିଙ୍କର ସମ୍ପତ୍ତି ୧୦୦୦ କୋଟିରୁ ଅଧିକ ଅଟେ। ଏହି ତାଲିକାରେ ଗୌତମଙ୍କ ନାମ ଶୀର୍ଷରେ ଥିବାବେଳେ ମୁକେଶ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୩୧ ଜୁଲାଇ ୨୦୨୪ର ତଥ୍ୟ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହା ସହିତ ଗତ ବର୍ଷ ପ୍ରତି ପାଞ୍ଚ ଦିନରେ ଭାରତରେ ଜଣେ ନୂଆ ବିଲେନେୟାର ସୃଷ୍ଟି ହୋଇଛନ୍ତି।