ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ଗ୍ରାମ ପଂଚାୟତ ପଣ୍ଡାରସିଂଙ୍ଗା ଗ୍ରାମରେ ସାଙ୍ଗକୁ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା ଘଟଣା ରେ ରବିବାର ଦିନ ଅପରାହ୍ନ ସମୟରେ ସିନ ରିକ୍ରିଏ ସନ କରିଛି ଗଣିଆ ପୋଲିସ, ଅଭିଯୁକ୍ତ ଗଙ୍ଗାଧର ରାଉତ (ସନିଆ )କିଭଳି ଭାବେ ପାଣ୍ଡରା ସିଙ୍ଗା ଗ୍ରାମର ପୁରୁଷୋତ୍ତମ ପ୍ରଧାନ କୁ ଛୁରୀ ଭୁସି ହତ୍ୟା କିପରି କଲା ଅଭିଯୁକ୍ତ ସମସ୍ତ ଘଟଣା ବର୍ଣନା କରିଛି, ଗଣିଆ ପୋଲିସ ଅଭିଯୁକ୍ତ କୁ ଧରି ପାଣ୍ଡରସିଂଙ୍ଗା ଗ୍ରାମରେ ପହଂଚିବା ପରେ ସେଠାରେ ପ୍ରବଳ ଜନ ସମାଗମ ହୋଇ ଥିଲା,ତେବେ ଏହି ଘଟଣା ରେ ପୁଅ ଓ ପୁତୁରା ସମ୍ପୂକ୍ତ ଥିବାରୁ ଗଣିଆ ପୋଲିସ ଦୁଇ ଜଣକୁ ଅଟକ ରଖିଛି,ସୂଚନା ଅନୁସାରେ ଅଭିଯୁକ୍ତ ସନିଆ ଛୁରୀ ମାରି ସାରିବା ପରେ ଛୁରିଟିକୁ ଅଭିଯୁକ୍ତ ପୁଅ ଗ୍ରାମ ପଛ ପଟେ ଥିବା କୂଅ ରେ ଛୁରୀ କୁ ପକାଇ ଥିଲା, ଅଭିଯୁକ୍ତ ପୁଅ କୁ ସାଙ୍ଗରେ ନେଇ ଗଣିଆ ପୋଲିସ ଏବଂ ଦମକଳ ସେହି କୂଅ ପାଖରେ ପହଂଚି କୂଅରୁ ପାଣି ମଟର ଦ୍ଵାରା ପାଣି ଶୁଖାଇ ଛୁରୀ ମୁ ଜବତ କରିଥିଲେ, ଘଟଣା ସ୍ଥଳରେ ଖଣ୍ଡପଡା ଏସଡିପିଓ ମଦନ ମୋହନ ପ୍ରଧାନ, ତହସିଲଦାର ପ୍ରୀତିବାଳା ରଣା, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନ, ଏଏସ ଆଇ ଶ୍ୟାମ ସୁନ୍ଦର ପ୍ରଧାନ, ଏଏସ ଆଇ ମନୋରଞ୍ଜନ ପ୍ରଧାନ ଦମକଳ ଅଧିକାରୀ ବିଜୟା ନନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ, ଆସନ୍ତା କାଲି ଅଭିଯୁକ୍ତ କୁ କୋଟ ଚାଲାଣ କରାଯିବ ବୋଲି କଣାପଡିଛି,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା