October 11, 2025

Utkal Sambad

ଅପାସୋରା ପିଲାଦିନ

( କଥା ସହିତ ବ୍ୟଥା )

କେତେ ସୁନ୍ଦର & ମଧୁର ଥିଲା ସେଇ ଆମ ପିଲାଦିନ l ଆମେ ଛୋଟ ଥିବାବେଳେ ବାଲିରେ, ମାଟି ଓ ପତ୍ରକୁ ନେଇ ନା, ନା ପ୍ରକାର ଖେଳ ଖେଳୁଥିଲୁ l ସବୁ ଛୋଟ ପିଲାରେ ତୁମେ ଅତି ସୁନ୍ଦରୀ ଥିଲ ବୋଲି ତୁମଙ୍କୁ ସାଙ୍ଗମାନେ କରୁଥିଲେ ବୋହୂ ଆଉ ସବୁ ପୁଅ ପିଲା ଭିତରେ ମୁଁ ଗୋରା & ସୁନ୍ଦର ଥିଲି ବୋଲି ମୋତେ କରୁଥିଲେ ଜ୍ଵଇଁ l ମୁଁ ପୁଅ ହୋଇବି ମୋତେ ବଡ଼ ଲାଜ ଲାଗୁଥିଲା ହେଲେ ତୁମେ ଶାଢ଼ୀ ଯାଗାରେ ଫ୍ରକ ପିନ୍ଧି ମୋତେ ଦେଖି ହସୁଥିଲ l କିଏ, କିଏ ଆମ ପୁଅ ଓ ଝିଅ ସାଙ୍ଗମାନେ ନିଜ, ନିଜ ଶରୀରକୁ ଢୋଲ କରି ହାତ କୁ ଢୋଲ କାଠି କରି ବାଜା ବଜାଉ ଥିଲା ଛୋଟ, ଛୋଟ ଝିଅମାନେ ପାଟିରେ ହୁଳହୁଳି ପକାଉଥିଲେ l କିଏ ବାଲି ଓ ମାଟିକୁ ପତ୍ର ଉପରେ ଖାଦ୍ୟ ବାଢି ଦେଉଥିଲେ l କେତେ ତାଳି ବାଜୁଥିଲା l ସନ୍ଧ୍ୟା ଆସିଲେ ଯିଏ ଯାହା ଘରକୁ ଚାଲି ଯାଉଥିଲା l ଧୀରେ, ଧୀରେ ଆମେ ବଡ଼ ହେଲେ ବଡ଼ ଶ୍ରେଣୀକୁ ଚାଲିଗଲେ l ଆମ ବାଲି ଓ ମାଟିର ଖେଳ ଧୀରେ, ଧୀରେ କମିବାକୁ ଲାଗିଲା l
ଗାଁରେ ତୁମ୍ଭେ ଝିଅ ସାଙ୍ଗମାନେ ଖୁଦୁରୀକୁଣି ଓ ଜହ୍ନି ଓଷା ପର୍ବ କରୁଥିଲ l ଆମ୍ଭେ ପୁଅମାନେ ଦୂରରୁ ଦେଖି ମନେ, ମନେ ବଡ଼ ଖୁସି ହେଉଥିଲୁ l
ଆମେ କଲେଜ ପାଠ ପଢିବାକୁ
ଚାଲିଗଲୁ ସହରକୁ ତା ପରେ, ପରେ ତୁମର ପାଠ ପଢ଼ାରେ ଡୋରି ବାନ୍ଧଗଲା l ଆମର
ପାଠ ନସରୁଣୁ ତୁମର ବାହା ଘର ହୋଇଗଲା ଆଉ କେଉଁ ଦୂର ଗାଁରେ l ଆମେ ପାଠ ସାରିଲୁ ପୁଣି ଚାକିରି ଖୋଜାରେ ବ୍ୟସ୍ତ ରହିଲୁ l ତୁମେ ବାପା ଘରକୁ ଆସିବା ପୁଣି ସେହି ସମୟରେ ଆମେ ଗାଁରେ ଥିବା କେବଳ ସଂଯୋଗ ଥିଲା l
ଯେଉଁ ସମୟରେ ଗାଁରେ ରହୁ ତୁମେ ଗାଁ କୁ ଆସି ଥାଅ ଯଦିଓ ଭେଟ ହୁଏ ଦୂରରୁ l ଦିନ ପରେ ଦିନ ଗଡି ଚାଲେ ପୁଣି ଦେଖୁ ତୁମ କାଖରେ ସୁନ୍ଦର ଆଉ ଗୁଲୁ-ଗୁଲିଆ ଛୁଆଟିଏ l ଇଛା ହେଉଥାଏ ତୁମ କାଖରୁ ସନ୍ତାନ ଟିକୁ ଟାଣି ନେଇ ଗେଲ, ପରେ ଗେଲ କରିବାକୁ ହେଲେ ସେ ସାହସ ହୁଏ ନାହିଁ l ନିଜ ଇଛା ଇଛାରେ ହିଁ ରହିଯାଏ l ଆମଙ୍କୁ ଦୂରରୁ ଦେଖିବା ସାର ସିନା କଥା ନାହିଁ ବାର୍ତ୍ତା ନାହିଁ ସତେ ଆମେ ସବୁ ତୁମ ପାଇଁ ଅଚିହ୍ନା ମଣିଷ l ମନେ, ପଡିଯାଏ ସେଇ ପିଲାଦିନ କଥା ସତରେ କେତେ ଭଲ ଥିଲା ସେହି ପିଲାଦିନର ସ୍ମୃତି l ତାହା ଭାବିବାକୁ ଲାଗିଲେ ମନରେ ଦୁଃଖ ଯନ୍ତ୍ରଣା ସୃଷ୍ଟି ହୁଏ l

ରବି ନାରାୟଣ ମହାନ୍ତି,
ଭଞ୍ଜନଗର