June 27, 2025

Utkal Sambad

Maheshbabu

'ନୂଆ ସମୟ, ନୂତନ ଟ୍ରେଣ୍ଡ୍ସ' ଅଭିଯାନ ଆରମ୍ଭ ଏହି କଲେକ୍ସନରେ ଆକର୍ଷଣୀୟ କାଜୁଆଲ୍ ପୋଷାକ, ୱାଓ ୱେଷ୍ଟର୍ଣ୍ଣ ଏବଂ ପାର୍ଟି ଏଥିନିକ ପୋଷାକ ସାମିଲ ରହିଛି ବେଙ୍ଗାଲୁରୁ: ରିଲାଏନ୍ସ ଟ୍ରେଣ୍ଡ୍ସ ବଜାରରେ ଏହାର ନୂତନ ଗ୍ରୀଷ୍ମକାଳୀନ ତଥା ଅକେଜନ ପୋଷାକ କଲେକ୍ସନ ଶୁଭାରମ୍ଭ କରିଛି। କମ୍ପାନୀଟି 'ନୂଆ ସମୟ, ନୂତନ ଟ୍ରେଣ୍ଡ୍ସ' ଅଭିଯାନର ଶୁଭାରମ୍ଭ ସୁପରଷ୍ଟାର ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରା ସହିତ କରିଛି। ଗ୍ରୀଷ୍ମ ଛୁଟିରେ ଯାତ୍ରା ସହିତ ଫ୍ୟାଶନର ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ନୂତନ ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସମ୍ଭାର ବା କଲେକ୍ସନ ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରାଙ୍କ ଫିଲ୍ମ ସହିତ ଆରମ୍ଭ ହୋଇଛି, ଯେଉଁଥିରେ ଉଭୟ ତାରକା ଆକର୍ଷଣୀୟ କାଜୁଆଲ ପୋଷାକଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଏବଂ ପାର୍ଟି ଏଥିନିକ ପୋଷାକ ପିନ୍ଧିଥିବା ଦେଖାଯାଇଛି। ରିଲାଏନ୍ସ ଟ୍ରେଣ୍ଡସର ନୂତନ ସମ୍ଭାର ଗ୍ରାହକମାନଙ୍କୁ ଏପରି ଏକ ଦୁନିଆକୁ ନେଇଯିବ ଯେଉଁଠାରେ ପରମ୍ପରା ଏବଂ ଆଧୁନିକତା ଏକାଠି ଚାଲିଥାଏ। ଏହି ସମ୍ଭାରରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଟ୍ରେଣ୍ଡି ଡିଜାଇନ୍ ଏବଂ ଫ୍ୟାଶନର ଅପୂର୍ବ ଝଲକ ପ୍ରତିଫଳିତ ହୋଇଛି। ଯଦିଓ ଏହି ନୂତନ ସମ୍ଭାର ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି, ରିଲାଏନ୍ସ ଟ୍ରେଣ୍ଡ୍ସରେ ବର୍ଷସାରା ଏବଂ ପ୍ରତ୍ୟେକ ଅବସର ଓ ଋତୁ ପାଇଁ ବିଶାଳ ସମ୍ଭାର ଉପଲବ୍ଧ ହୋଇଥାଏ। ଉତ୍ସବକାଳୀନ ପୋଷାକ ହେଉ, କାଜୁଆଲ୍ ପୋଷାକ ହେଉ କିମ୍ବା ଟ୍ରେଣ୍ଡି ପୋଷାକ, ରିଲାଏନ୍ସ ଟ୍ରେଣ୍ଡ୍ସରେ ସମସ୍ତଙ୍କ ପାଇଁ କିଛି ନା କିଛି ନିଶ୍ଚୟ ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ "ଏହି ସିଜନରେ, ରିଲାଏନ୍ସ ଟ୍ରେଣ୍ଡ୍ସ ଏହାର ସବୁଠାରୁ ନୂତନତମ କଲେକ୍ସନ ପ୍ରସ୍ତୁତ କରିଛି, ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଶୈଳୀ ଓ ଷ୍ଟାଇଲ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ। ନୂତନ ରେଞ୍ଜ କେବଳ ଟ୍ରେଣ୍ଡରେ ରହିଛି ତା ନୁହେଁ ବରଂ ଏହା ନୂଆ ଟ୍ରେଣ୍ଡ ତିଆରି କରିଛି।"