June 26, 2025

Utkal Sambad

JIO

1 min read

କ୍ରିକେଟ୍ କିମ୍ବଦନ୍ତୀ ମୁଥୟା ମୁରଲୀଧରନ୍ 'ସ୍ପିନର୍'ରସହ-ନିର୍ମାତା ଲେମ୍ବୁ, କମଳା ଏବଂ ନାଇଟ୍ରୋ ବ୍ଲୁ ଭଳି ବିଭିନ୍ନ ସ୍ୱାଦରେ ଉପଲବ୍ଧ ମୁମ୍ବାଇ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ଏକ ନୂତନ କ୍ରୀଡା ପାନୀୟ ‘ସ୍ପିନର’ ଶୁଭାରମ୍ଭ କରିଛି। ଏହି ସ୍ପୋର୍ଟସ୍ ପାନୀୟ ସ୍ପିନ୍ ଯାଦୁଗର...

ରିଲାଏନ୍ସ ଫାଉଣ୍ଡେସନ ସହିତ ଯୋଡି ହୋଇଥିବା ଆଥଲେଟମାନେ ୮ ଟି କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଲଭଲିନା ବୋର୍ଗୋହେନ ପ୍ୟାରିସ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ କୌଣସି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଡେରାଡୁନ୍ : ରିଲାଏନ୍ସ ଫାଉଣ୍ଡେସନ୍ ସହିତ ଯୋଡି ହୋଇଥିବା ୫୦ ରୁ ଅଧିକ ଆଥଲେଟ୍ ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡାର ୩୮ତମ...

ଭୁବନେଶ୍ୱର : ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରଭାବଶାଳୀ ସଚେତନତା ଅଭିଯାନ ସହିତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ଏହି ପଦକ୍ଷେପ ସଡ଼କରେ ନିଜର...

1 min read

କୌଣସି ସାଉଣ୍ଡ ବକ୍ସ ବିନା ଜିଓସାଉଣ୍ଡପେ ରୁ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ କୋଟି କୋଟି କ୍ଷୁଦ୍ର ବ୍ୟବସାୟୀ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ଗଣତନ୍ତ୍ର ଦିବସରେ ଶୁଭାରମ୍ଭ ହେବ ଜିଓସାଉଣ୍ଡପେ (JioSoundPay) ମୁମ୍ବାଇ: ଗଣତନ୍ତ୍ର ଦିବସରେ ଜିଓ ପକ୍ଷରୁ ଜିଓସାଉଣ୍ଡପେ (JioSoundPay) ଶୁଭାରମ୍ଭ କରାଯିବ। ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣାରେ ଉପଲବ୍ଧ...

ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୩.୮୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କୁ ସର୍ବାଧୁନିକ ଗୃହ ମନୋରଞ୍ଜନ, ଅସୀମିତ ୱାଇଫାଇ ଓ ନିରବଛିନ୍ନ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଉଛି ଜିଓ ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ ନଭେମ୍ବର ମାସରେ ରାଜ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ବ ନୂଆ ମୋବାଇଲ ଓ ଓୟାରଲାଇନ ଗ୍ରାହକ ଯୋଡିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡିଛି । ଏହି ମାସରେ ଜିଓ ୯୧୦୦୦ରୁ ଉର୍ଦ୍ଧ୍ବ ନୂଆ ମୋବାଇଲ ଉପଭୋକ୍ତା ଏବଂ ୧୩୮୦୦ରୁ ଅଧିକ ନୂଆ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିଥିବା ଟ୍ରାଇ ପ୍ରକାଶିତ ତଥ୍ୟରୁ ସୂଚନା ମିଳିଛି । ଏଥିସହିତ ଓଡ଼ିଶାରେ ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତା ସଂଖ୍ୟା ୧.୫୫ କୋଟି ଅତିକ୍ରମ କରିଛି । ଟ୍ରାଇ ତଥ୍ୟ ଅନୁସାରେ ନଭେମ୍ବର ମାସରେ ଓଡ଼ିଶାରେ କେବଳ ଜିଓ ଓ ବିଏସଏନଏଲ ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଛନ୍ତି । ବିଏସଏନଏଲ ଏହି ମାସରେ ପ୍ରାୟ ୧୫୦୦୦ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ଏୟାରଟେଲ ୨୬୦୦୦ ରୁ ଅଧିକ ମୋବାଇଲ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡ଼ିଆ ୬୦୦୦ରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ପ୍ରକାଶିତ ତଥ୍ୟରୁ ଜଣାପଡିଛି। ନଭେମ୍ବର ମାସରେ ଓଡିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୭୪ ହଜାର ବୃଦ୍ଧି ପାଇ ପାଖାପାଖି ୩.୪୨ କୋଟିରେ ପହଞ୍ଚିଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ଏହି ମାସରେ ସର୍ବାଧିକ ୧୨ ଲକ୍ଷ ମୋବାଇଲ ଉପଭୋକ୍ତା ଯୋଡ଼ିଥିବା ବେଳେ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ କମ୍ପାନୀ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ମୋବାଇଲ ଭଳି ଓୟାରଲାଇନ କ୍ଷେତ୍ରରେ ମଧ୍ୟ ଜିଓ ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତି ସୁଦୃଢ କରିଛି । ନଭେମ୍ବର ମାସରେ ୧୩୮୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୮୪ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି । ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ର ଆନନ୍ଦ ନେଇପାରୁଛନ୍ତି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା ଏବଂ...

1 min read

ମୁମ୍ବାଇ: ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ‘ଟିରା’ ପକ୍ଷରୁ ଗୁରୁବାର ଦିନ ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ଏହାର ବିଳାସପୂର୍ଣ୍ଣ ଫ୍ଲାଗସିପ୍ ଷ୍ଟୋର୍ ଶୁଭାରମ୍ଭ କରାଯାଇଛି।...

1 min read

ଭୁବନେଶ୍ୱର: ଡାଟା ଟ୍ରାଫିକ୍ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱାର୍କ ହୋଇ ରହିଛି। ଜାନୁୟାରୀରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ପ୍ରଥମ ତିନୋଟି ତ୍ରୟମାସର ତଥ୍ୟ ଅନୁଯାୟୀ...

- ଭାରତରେ ଏଆଇ ଭିତ୍ତିଭୂମି ସୃଷ୍ଟି ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଏକାଠି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ଏବଂ ଜେନସେନ ହୁଆଙ୍ଗ -...

-ଓଡ଼ିଶାରେ ୫ଜି ଉପଲବ୍ଧତା ସ୍କୋର - ଜିଓ ୫୭.୬% , ଏୟାରଟେଲ ୨୨% - ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ - ଜିଓ ୬୨ ଏମବିପିଏସ, ଏୟାରଟେଲ ୪୪.୭ ଏମବିପିଏସ ଭୁବନେଶ୍ୱର: ସର୍ବଶ୍ରେଷ୍ଠ ୫ଜି କଭରେଜ ଉପଲବ୍ଧତା ଏବଂ ଡାଉନଲୋଡ଼ ସ୍ପିଡ଼ ଅନୁଭୁତି ସହିତ ପ୍ରତିଦ୍ୱନ୍ଦୀ କମ୍ପାନୀମାନଙ୍କୁ ପଛରେ ପକାଇ ଓଡ଼ିଶାରେ ସର୍ବାଗ୍ରେ ରହିଛି ରିଲାଏନ୍ସ ଜିଓ । ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ ସଂସ୍ଥା ଓପନ ସିଗ୍ନାଲ ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ନେଟୱାର୍କ ଅନୁଭୂତି ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ୫ଜି ଉପଲବ୍ଧତା ସମୟ ସ୍କୋରରେ ଜିଓ ୫୭.୬% ସ୍କୋର ସହିତ ସର୍ବାଗ୍ରେ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ ମାତ୍ର ୨୨% ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ସ୍କୋରକୁ ସିଧାସଳଖ ୫ଜି କଭରେଜ୍ ସହିତ ଲିଙ୍କ୍ କରାଯାଇପାରିବ। ୫ଜି ନେଟୱାର୍କର ବ୍ୟାପକ ଉପଲବ୍ଧତା ହେତୁ, ଜିଓ ୫ଜି ଉପଭୋକ୍ତା ୫ଜିରେ ସଂଯୁକ୍ତ ସମୟର ପ୍ରାୟ ଦୁଇ ତୃତୀୟାଂଶ ସମୟ ଅତିବାହିତ କରୁଥିବା ବେଳେ, ଏୟାରଟେଲ ବ୍ୟବହାରକାରୀମାନେ ୫ଜି କଭରେଜ ହେତୁ ୫ଜି ସମୟର କେବଳ ଏକ ଚତୁର୍ଥାଂଶ ସମୟ ଅତିବାହିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ ଅଭିଜ୍ଞତା କ୍ଷେତ୍ରରେ ଜିଓର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓପନ ସିଗ୍ନାଲ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ଉପଭୋକ୍ତାଙ୍କ ହାରାହାରି ଡାଉନଲୋଡ୍ ସ୍ପିଡ୍ ପ୍ରାୟ ୬୨ ଏମବିପିଏସ ରହିଥିବା ବେଳେ ଏୟାରଟେଲ କ୍ଷେତ୍ରରେ ଏହା ୪୪.୭ ଏମବିପିଏସ, ଭୋଡାଫୋନ ଆଇଡ଼ିଆ କ୍ଷେତ୍ରରେ ୧୫.୨ ଏମବିପିଏସ ଏବଂ ବିଏସଏନଏଲ କ୍ଷେତ୍ରରେ ୩.୫ ଏମବିପିଏସ ରହିଥିଲା । ସୂଚନାଯୋଗ୍ୟ ଯେ ଇଣ୍ଟରନେଟ୍ ସର୍ଫିଂ, ବଡ଼ ଫାଇଲ୍ ଡାଉନଲୋଡ୍ କରିବା, ଭିଡିଓ ଦେଖିବା ଏବଂ ସଙ୍ଗୀତ ଶୁଣିବା ପାଇଁ ଡାଉନଲୋଡ୍ ସ୍ପିଡ୍ ଗୁରୁତ୍ୱପୂର୍ଣ୍ଣ। ସାମଗ୍ରିକ କଭରେଜ୍ ଅଭିଜ୍ଞତା ବର୍ଗରେ ମଧ୍ୟ ରିଲାଏନ୍ସ ଜିଓ ସର୍ବାଧିକ ୯୯.୩% ସହିତ ଆଗରେ ରହିଛି । ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଉପଲବ୍ଧତା ବର୍ଗରେ ବେଶ ଆଗରେ ରହିଥିବା ଏହି ରିପୋର୍ଟରେ ସୂଚିତ କରାଯାଇଛି । ଜିଓ ବ୍ୟବହାରକାରୀମାନେ ସେମାନଙ୍କର ଦୁଇ ତୃତୀୟାଂଶ ସମୟ ୫ଜି ସହିତ ସଂଯୁକ୍ତ ବୋଲି ଓପନ୍ ସିଗନାଲ୍ ରିପୋର୍ଟରେ କହିଛି। ଜିଓ ନେଟୱାର୍କରେ ୫ଜି ଉପଭୋକ୍ତା ୬୬.୭% ସମୟ ସଂଯୁକ୍ତ ରହିଛନ୍ତି, ଯାହା ଏୟାରଟେଲ ତୁଳନାରେ ତିନି ଗୁଣା ଅଧିକ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଜିଓ ବ୍ୟବହାରକାରୀଙ୍କର ସର୍ବାଧିକ ସ୍ଥିର ଅଭିଜ୍ଞତା ରହିଛି କାରଣ ଜିଓ ସର୍ବାଧିକ ୬୬.୫% ସ୍କୋର ସହିତ ସ୍ଥିର ଗୁଣବତ୍ତା ପୁରସ୍କାର ବଜାୟ ରଖିଛି । ଜିଓ କଭରେଜ୍ ବର୍ଗର ସମସ୍ତ ତିନୋଟି ପୁରସ୍କାରର ବିଜେତା ହୋଇଛି ଯାହା ମଧ୍ୟରେ ରହିଛି ସାମଗ୍ରିକ ଉପଲବ୍ଧତା, ୫ଜି ଉପଲବ୍ଧତା ଏବଂ କଭରେଜ୍ ଅଭିଜ୍ଞତା । ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓ ୬୬.୭% ସହିତ ୫ଜି ଉପଲବ୍ଧତାରେ ସର୍ବାଗ୍ରେ ରହିଛି, ଯାହା ଏୟାରଟେଲ ଠାରୁ ୪୦ ପ୍ରତିଶତ ପଏଣ୍ଟ ଅଧିକ ଅଟେ। ଅକ୍ଟୋବର ୨୦୨୩ ରିପୋର୍ଟ ତୁଳନାରେ ସଦ୍ୟତମ ରିପୋର୍ଟରେ ଜିଓର ସ୍କୋର ଏୟାରଟେଲ ଅପେକ୍ଷା ଦୁଇଗୁଣ ଉନ୍ନତ ହୋଇଛି । ସେହିଭଳି ୯୯.୪% ସାମଗ୍ରିକ ନେଟୱାର୍କ ଉପଲବ୍ଧତା ସହିତ ଜିଓ ଆଗରେ ରହିଛି । କଭରେଜ୍ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ଜିଓ ୧୦ ପଏଣ୍ଟରୁ ନଅ ପଏଣ୍ଟ ସ୍କୋର ସହିତ ଲୋକମାନେ ରହୁଥିବା, କାର୍ଯ୍ୟ କରୁଥିବା ଏବଂ ଭ୍ରମଣ କରୁଥିବା ସ୍ଥାନରେ ମୋବାଇଲ୍ ନେଟୱାର୍କର ଉପଲବ୍ଧତାରେ ବେଶ ଆଗରେ ରହିଛି।

1 min read

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଏକ ଟେକ୍ନୋଲୋଜି ପ୍ରଦର୍ଶନ କରିଛି ଯାହା ଘରର ସ୍ମାର୍ଟ ଟିଭିଗୁଡ଼ିକୁ ସହଜରେ କମ୍ପ୍ୟୁଟରରେ ପରିଣତ କରିପାରିବ...