ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଲଙ୍କାପୋଡ଼ି ମହୋତ୍ସବ ତଥା ପଲିଶ୍ରୀ ମେଳା ମଙ୍ଗଳବାର ଦିନ ଉଦଘାଟିତ ହୋଇ ଯାଇଛି, ଖବର ନେବାରେ ଜଣାଗଲାଯେ ରାମ...
ଭବାନୀପାଟଣା : ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆକାଂକ୍ଷିତ ଶିକ୍ଷା ଗ୍ରହଣ ନିମନ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ଆଧୁନିକ ଯୁଗର ଯୁଗୋପଯୋଗୀ କ୍ଷେତ୍ରଗୁଡ଼ିକରେ...
ଗଣିଆ,-(ମନୋରଞ୍ଜନ ମଳିକ )-ନୟାଗଡ ଜିଲ୍ଲା ଗଣିଆ ବ୍ଲକ ସଭା ଗୃହରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ,...
୧୦ ଲକ୍ଷ କୋଟି ଟଙ୍କାର ନେଟୱର୍ଥ ସହିତ ଦେଶର ପ୍ରଥମ କମ୍ପାନୀ ହୋଇଛି ରିଲାଏନ୍ସ ମୁମ୍ବାଇ / ଭୁବନେଶ୍ୱର: ଦେଶର ପ୍ରଥମ କମ୍ପାନୀ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୧୦ ଲକ୍ଷ କୋଟି ଟଙ୍କାର ନେଟୱର୍ଥ ହାସଲ କରିଛି। କମ୍ପାନୀ ପକ୍ଷରୁ ଘୋଷଣା...
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ ଉଦ୍ୟୋଗ ଜିଓ ପ୍ଲାଟଫର୍ମସ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ବା ଶେଷ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା...
ଗଣିଆ: ( ମନୋରଞ୍ଜନ ମଳିକ )-ରାଜ୍ୟ ସରକାର ଜନସାଧାରଣ ଙ୍କ ବିକାଶ ନିମନ୍ତେ ଶ୍ରୀକ୍ଷେତ୍ରଧାମ ପୁରୀ ଠାରେ ଗୁରୁବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାରରେ ଜନସମ୍ପର୍କର ଭୂମିକା ଉପରେ ଆଲୋଚନା ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆଇଆଇଟି ଭୁବନେଶ୍ୱର ସହିତ ମିଳିତ ସହଯୋଗରେ, ସୋମବାର ଆଇଆଇଟି ଭୁବନେଶ୍ୱର ପରିସରରେ 'କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର: ଜନସମ୍ପର୍କ କ୍ଷେତ୍ରର ଭୂମିକା' ବିଷୟବସ୍ତୁ ଉପରେ ବିଶିଷ୍ଟ ବକ୍ତାମାନଙ୍କ ଦ୍ୱାରା ଆଲୋଚନାଚକ୍ର ସହିତ ଜାତୀୟ ଜନ ସମ୍ପର୍କ ଦିବସ ୨୦୨୫ ପାଳନ କରାଯାଇଛି। ଏହି ଅବସରରେ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମାଲକର କହିଛନ୍ତି: "ପ୍ରଯୁକ୍ତିବିଦ୍ୟା, ବିଶେଷକରି ଏଆଇ, ଏହାର ବ୍ୟବହାର ପଛରେ ଥିବା ଉଦ୍ଦେଶ୍ୟ ପରି ନୈତିକ ଏବଂ ପ୍ରଭାବଶାଳୀ। ଯୋଗାଯୋଗର ସଂରକ୍ଷକ ଭାବରେ, ଜନସମ୍ପର୍କ ଵୃତ୍ତୀଧାରୀମାନେ ଏକ ଗୁରୁ ଦାୟିତ୍ୱ ବହନ କରନ୍ତି - କେବଳ ସୂଚନା ଦେବା ପାଇଁ ନୁହେଁ, ବରଂ ନୈତିକ ଉପାୟରେ ପ୍ରଭାବିତ କରିବା ପାଇଁ। ତିନୋଟି ସ୍ତମ୍ଭ - ଯୋଗାଯୋଗ, ସହଯୋଗ ଏବଂ ଗଠନମୂଳକ ଚିନ୍ତାଧାରା - କେବଳ ଶିକ୍ଷାଗତ ଆଦର୍ଶ ନୁହେଁ, ବରଂ ଜନସମ୍ପର୍କ କ୍ଷେତ୍ରରେ ଏଆଇକୁ ଦାୟିତ୍ୱର ସହିତ ଏବଂ ମହତ ଉଦ୍ଦେଶ୍ୟ ସହିତ ବ୍ୟବହାର କରାଯିବା ସୁନିଶ୍ଚିତ କରିବାରେ ଅତ୍ୟାବଶ୍ୟକୀୟ ଉପକରଣ।" ସେ ଏଆଇ ନବସୃଜନକୁ ସଚ୍ଚୋଟତା ଏବଂ ନୈତିକ ଉପାୟରେ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଜନସମ୍ପର୍କର ଭୂମିକା ଉପରେ ବିଶିଷ୍ଟ ବକ୍ତା ଭାବରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ଉପାଧ୍ୟକ୍ଷ ଏବଂ କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ଶ୍ରୀ ରୋହିତ ଦୁବେ କହିଥିଲେ, "ଜନସଂପର୍କରେ ଏଆଇ ଏକ ବୃଦ୍ଧିକାରକ, ପ୍ରତିବନ୍ଧକ ନୁହେଁ। ଏହା ଏକ ଉତ୍ପାଦକତା ବୃଦ୍ଧିକାରୀ, ଏକ ସୃଜନଶୀଳ ଅଂଶୀଦାର - ଏକ ସହ-ପାଇଲଟ୍, ଏକ ଅଟୋପାଇଲଟ୍ ନୁହେଁ। ଯେଉଁମାନେ ଏଆଇକୁ ଗ୍ରହଣ କରନ୍ତି ସେମାନେ ପାଆନ୍ତି ଯେ ଏହା ସେମାନଙ୍କୁ ଶ୍ରମଗତ କାମରୁ ମୁକ୍ତ କରେ, ସେମାନଙ୍କୁ ଅପ୍ରାସଙ୍ଗିକ କରିବା ପରିବର୍ତ୍ତେ ସେମାନଙ୍କର ମୂଲ୍ୟ ବୃଦ୍ଧି କରେ।" ସେ ଏହାକୁ କମ୍ପ୍ୟୁଟର ବିଜ୍ଞାନ ଛାତ୍ରମାନଙ୍କ ପାଇଁ ଜନସମ୍ପର୍କ ବୃତ୍ତିଧାରୀଙ୍କ ସହିତ ସହଭାଗିତା ଜରିଆରେ ଭାରତ-କେନ୍ଦ୍ରିକ ଜନସମ୍ପର୍କ କୌଶଳଗୁଡ଼ିକ ସହ-ନିର୍ମାଣ କରିବା ପାଇଁ ଏକ ଚମତ୍କାର ସୁଯୋଗ ଭାବରେ ବର୍ଣ୍ଣନା କରିଥିଲେ, ଯେପରିକି - ମିଡିଆ ଆନାଲିଟିକ୍ସ ଏବଂ ରିଅଲ୍-ଟାଇମ୍ ସେଣ୍ଟିମେଣ୍ଟ ଟ୍ରାକିଂ ଠାରୁ ଆବଶ୍ୟକତା ଅନୁଯାୟୀ ବିଷୟବସ୍ତୁ ପ୍ରସ୍ତୁତ କରିବା ଇତ୍ୟାଦି। ଭାରତରେ ଜନସମ୍ପର୍କ ଟେକ୍ କ୍ଷେତ୍ର ତୁଳନାତ୍ମକ ଭାବରେ ଅବ୍ୟବହୃତ ରହିଛି ଏବଂ ଏହି କ୍ଷେତ୍ରରେ ବହୁତ କମ୍ ଘରୋଇ ସଫ୍ଟୱେର୍ ଷ୍ଟାର୍ଟଅପ୍ ଧ୍ୟାନ ଦେଉଥିବା ଉଲ୍ଲେଖ କରି ସେ ଛାତ୍ରଛାତ୍ରୀମାନଙ୍କୁ ଏହାକୁ ଏକ କଲେଜ ପ୍ରକଳ୍ପ କିମ୍ବା ଏକ ଉଦ୍ୟୋଗୀ ଉଦ୍ୟମ ଭାବରେ ନେବାକୁ ଆହ୍ୱାନ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ, ପିଆରଏସଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧି ରଞ୍ଜନ ମିଶ୍ର ଜାତୀୟ ଜନସଂପର୍କ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, "ବ୍ୟାପକ ସାମାଜିକ ଗଣମାଧ୍ୟମ ପ୍ରଭାବ ରହିଥିବା ଯୁଗରେ, ଭୁଲ ସୂଚନା ଏବଂ ଭ୍ରମାତ୍ମକ ଖବରର ମୁକାବିଲା କ୍ଷେତ୍ରରେ ଜନସଂପର୍କ ଅଧିକାରୀଙ୍କ ଭୂମିକା ଏବଂ ଦାୟିତ୍ୱ ବର୍ତ୍ତମାନ ବହୁତ ଅଧିକ ହୋଇଛି।" ଆଇଆଇଟି ଭୁବନେଶ୍ୱରରେ ଦାୟିତ୍ୱପୂର୍ଣ୍ଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ପଦକ୍ଷେପ ବିଷୟରେ ବକ୍ତବ୍ୟ ରଖି, ଆଇଆଇଟି ଭୁବନେଶ୍ୱରର କମ୍ପ୍ୟୁଟର ସାଇନ୍ସ ଏବଂଇଞ୍ଜିନିୟରିଂ ବିଭାଗର ମୁଖ୍ୟ, ଡକ୍ଟର ଦେବୀ ପ୍ରସାଦ ଡୋଗ୍ରା କହିଥିଲେ, "ଏଆଇ ର ଆଗମନ ସ୍ୱାସ୍ଥ୍ୟସେବା, ସାର୍ବଜନୀନ ସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିଛି। ତଥାପି, ଏଆଇକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରିବା ଉପଭୋକ୍ତାଙ୍କ ଉପରେ ନିର୍ଭର କରେ ଏବଂ ଏଆଇ ମଡେଲର ସୃଷ୍ଟିକର୍ତ୍ତାମାନେ ଏଆଇର ମୂଳ ତଥ୍ୟ ପ୍ରକାଶ କରିବାରେ ସତର୍କ ରହିବା ଉଚିତ। ଆଇଆଇଟି ଭୁବନେଶ୍ୱର ଦେଶର ଦ୍ରୁତ ଏବଂ ସୁରକ୍ଷିତ ଅଭିବୃଦ୍ଧି ପାଇଁ ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ଏଆଇ ସିଷ୍ଟମ ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛି।" ଆଇଆଇଟି ଭୁବନେଶ୍ୱରର ପିଆରଓ ଶ୍ରୀମତୀ ଧରିତ୍ରୀ ଶତପଥୀ ଜନସମ୍ପର୍କ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ଉପରେ ତଥ୍ୟ ଉପସ୍ଥାପନା କରିଥିଲେ, ଯେଉଁଥିରେ ଜନସମ୍ପର୍କ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଆହ୍ୱାନ ଏବଂ ନୈତିକ ବିଚାର ଉପରେ ଆଲୋକପାତ କରାଯାଇଥିଲା। ପିଆରଏସଆଇ ଭୁବନେଶ୍ୱର ଚାପ୍ଟର ସଚିବ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ପିଆରଏସଆଇ ଭୁବନେଶ୍ୱର ଚାପ୍ଟରର ୱେବସାଇଟ୍ www.prsibhubaneswar.in ର ଆନୁଷ୍ଠାନିକ ଉନ୍ମୋଚନ ମଧ୍ୟ ହୋଇଥିଲା। ଜାତୀୟ ଜନସଂପର୍କ ଦିବସ ୨୦୨୫ ପାଳନ ଅବସରରେ ଜନସମ୍ପର୍କ ଏବଂ କର୍ପୋରେଟ୍ ଯୋଗାଯୋଗ ବୃତ୍ତିଧାରୀ, ପିଆରଏସଆଇ ଭୁବନେଶ୍ୱର ଚାପ୍ଟରର ସଦସ୍ୟଗଣ, ଶିକ୍ଷାବିତ୍, ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।
ଜିଓ ଏୟାରଫାଇବର ଓଡ଼ିଶାର ସମସ୍ତ ସହର ଓ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍ ଲାଇନ୍ ପାଲଟିଛି ଏବଂ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ପ୍ରଦାନ କରୁଛି ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ଏହି କ୍ଷେତ୍ରରେ ରାଜ୍ୟରେ ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଚଳିତ ସପ୍ତାହରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ପ୍ରଥମ ଥର ପାଇଁ ଟ୍ରାଇ ପୃଥକ ଭାବରେ ୫ଜି ଏଫଡବ୍ଲୁଏ ବା ଏୟାର ଫାଇବର ଗ୍ରାହକ ସଂଖ୍ୟା ପ୍ରକାଶ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁୟାରୀ, ୨୦୨୫ ସୁଦ୍ଧା ରିଲାଏନ୍ସ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ରାଜ୍ୟରେ ୧.୩ ଲକ୍ଷରୁ ଅଧିକ ଏୟାର ଫାଇବର ଗ୍ରାହକ ସହିତ ବେଶ ଆଗରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ ୧୮୦୦୦ ଗ୍ରାହକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ, ଜାନୁୟାରୀ ୨୦୨୫ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ଜିଓ ଏୟାରଫାଇବର ଦେଶରେ ଏହି କ୍ଷେତ୍ରରେ ୮୪% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁଆରୀ, ୨୦୨୫ ସୁଦ୍ଧା, ଦେଶରେ ଜିଓର ୪୮ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲୁଏ ବା ଜିଓ ଏୟାରଫାଇବର ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲର ଦେଶରେ ପ୍ରାୟ ୮ ଲକ୍ଷ ୫ଜି ଏଫଡବ୍ଲୁଏ ଗ୍ରାହକ ରହିଥିଲେ। ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ଏହା ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୧ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ୱାଇଫାଇ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି । ଜିଓ ଏୟାରଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍ଲାଇନ୍ ପାଲଟିଛି ଏବଂ ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇପାରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ, ଜିଓ ଜାନୁୟାରୀ ମାସରେ ସର୍ବାଧିକ ପ୍ରାୟ ୫୦୦୦୦ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହିତ ଜାନୁୟାରୀ ୩୧ ସୁଦ୍ଧା ରାଜ୍ୟରେ ଜିଓ ନେଟୱର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫୭ କୋଟି ଅତିକ୍ରମ କରିଛି।
ଗଣିଆ - (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଇନ୍ଦିପଟା ଗ୍ରାମ ରେ ବାବା ବିଶ୍ଵନାଥ ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ଉପଲକ୍ଷେ ସୁବର୍ଣ୍ଣ...
ଗଣିଆ (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ରବିବାର ଦିନ ଅପରାହ୍ନ ୪ଟା ବେଳକୁ ଆରମ୍ଭ ହେଲା ବର୍ଷା ସହିତ ପବନ ର କରାଳ...