ମୁମ୍ବାଇ: ରିଲାଏନ୍ସ ରିଟେଲର ଓମିନି ଚାନେଲ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ‘ଟିରା’ ପକ୍ଷରୁ ଭାରତରେ ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଶୁଭାରମ୍ଭ କରାଯାଇଛି। ଏହି ବ୍ରାଣ୍ଡ ଏହାର ଅତ୍ୟାଧୁନିକ ବିଜ୍ଞାନଆଧାରିତ ସୂତ୍ର ପାଇଁ ଜଣାଶୁଣା, ଯାହା ୩୦ ବର୍ଷର ଅନୁସନ୍ଧାନ ଏବଂ ଟିଏଫସି ୮ ଜ୍ଞାନକୌଶଳ ଉପରେ ଆଧାରିତ। ଏହି ଜ୍ଞାନକୌଶଳ ଶରୀରର ପ୍ରାକୃତିକ ଦକ୍ଷତାକୁ ସକ୍ରିୟ କରି ତ୍ୱଚାକୁ ଠିକ କରିବା ଏବଂ ପୁନର୍ଜୀବିତ କରିବାରେ ସହାୟକ ହୋଇଥାଏ। ଟିରାର ସହ-ପ୍ରତିଷ୍ଠାତା ଭକ୍ତି ମୋଦୀ କହିଛନ୍ତି ଯେ, “ଆମର ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଭାରତୀୟ ଗ୍ରାହକମାନଙ୍କୁ ଉଭୟ ବିଶ୍ୱ ଏବଂ ଘରୋଇ କ୍ଷେତ୍ରର ଶ୍ରେଷ୍ଠ ବ୍ରାଣ୍ଡଗୁଡିକ ଉପଲବ୍ଧ କରାଇବା। 'ଅଗଷ୍ଟିନସ୍ ବେଡ଼ର୍ ର ଶୁଭାରମ୍ଭ ଭାରତରେ ଆମର ବିଳାସପୂର୍ଣ୍ଣ ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସଶକ୍ତ କରିବ। ଏହା ଆମ ଗ୍ରାହକମାନଙ୍କ ପାଇଁ ଏକ ଖାସ ସୁଯୋଗ।" ଅଗଷ୍ଟିନସ୍ ବେଡ଼ର୍ ର ସିଇଓ ଚାର୍ଲ୍ସ ରୋସିୟର୍ କହିଛନ୍ତି ଯେ, “ଟିରା ସହ ଏହି ସହଭାଗୀତା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଏହା ଆମକୁ ବିଶ୍ୱର ସବୁଠାରୁ ଉତ୍ସାହଭରା ସୌନ୍ଦର୍ଯ୍ୟ ବଜାରରେ ପ୍ରବେଶ କରିବାର ସୁଯୋଗ ଦେଉଛି । ଅଗଷ୍ଟିନସ୍ ବେଡ଼ର୍ କଲେକ୍ସନ ଟିରାର ଅନଲାଇନ୍ ପ୍ଲାଟଫର୍ମ ଏବଂ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅବସ୍ଥିତ ନିର୍ଦ୍ଦିଷ୍ଟ ଟିରା ଷ୍ଟୋରଗୁଡିକରେ ମଧ୍ୟ ଉପଲବ୍ଧ ରହିଛି ।
ଗଣିଆ -(ମନୋରଂଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ବ୍ଲକ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ...
ଗଣିଆ (ମନୋଜ ମଳିକ): ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍ ଓ ଏନ, ଏ,...
ଗଣିଆ (ମନୋଜ ମଳିକ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଗଣିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୱାର୍ଡ ୨ଓ ୩ନମ୍ବର ୱାର୍ଡ ର ଦଳିତ ସାହି, ପାଇକ...
ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ଥାନା ପରିସରରେ ଶନିବାର ଦିନ ଦିବା ୫ ଘଟିକା ସମୟରେ ଦଶହରା ପୂଜା କମିଟି ମାନକୁ ନେଇ ଏକ...
ଚଳିତବର୍ଷର ହକି ଇଣ୍ଡିଆ ଲିଗ୍ ରେ ଓଡିଶାରୁ ପ୍ରତିନିଧିତ୍ବ କରିବେ ୨ଟି ଟିମ୍ ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେବ ଚଳିତବର୍ଷର ହକି ଇଣ୍ଡିଆ ଲିଗ୍- ୨୦୨୪-୨୫।...
ଭୁବନେଶ୍ୱର: ରିଲାଏନ୍ସ ଟ୍ରେଣ୍ଡ୍ସ ପକ୍ଷରୁ ଉତ୍ସବ ଓ ପାର୍ବଣ ଋତୁ ପାଇଁ ନୂତନ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି । ‘ପ୍ରତ୍ୟେକ ଦିନ କମ୍ ମୂଲ୍ୟ’ ର...
- ଭାରତରେ ୪,୧୦୦ ସ୍ଥାନରେ ରିଲାଏନ୍ସ ଦ୍ୱାରା କରାଯାଇଛି ସ୍ୱଚ୍ଛତା ହିଁ ସେବା ଅଭିଯାନ - ସଚେତନତା ଅଭିଯାନ ମଧ୍ୟ ୩୦,୦୦୦ ରୁ ଅଧିକ ପିଲାଙ୍କ ନିକଟରେ...
- ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟରର ଅନିମେଶ କୁଜୁର ଏବଂ ଲକ୍ଷ୍ମୀପ୍ରିୟା କିସାନ ପ୍ରତ୍ୟେକ ଦୁଇଟି ପଦକ ଜିତିଛନ୍ତି - ପାଟନା /...
୩୪୯୯/- ଟଙ୍କାର କିଣାକିଣି କରନ୍ତୁ ଏବଂ ୨୪୯/୩୯୯* ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ ଆକର୍ଷଣୀୟ ପୁରସ୍କାର ଜିତିବା ପାଇଁ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ...