June 28, 2025

Utkal Sambad

ଗଣିଆ: (ମନୋଜ ମଳିକ) : ଡ଼ ରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ,କଳା ଏବଂ ପ୍ରଯୁକ୍ତି ବିଦ୍ୟା ଶିକ୍ଷାନୁଷ୍ଠାନ ପରିସରରେ ନୂତନ ଭାବେ ଯୋଗଦାନ କରିଥିବା ନବତରୁଣ ବିଦ୍ୟାର୍ଥୀଙ୍କ ସ୍ବାଗତ...

ନୂଆଦିଲ୍ଲୀ: ଆପଣ ବର୍ତ୍ତମାନ ଗ୍ରସେରୀ ଦୋକାନରେ ବିଲ୍ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ଏବଂ ଏହା ହେବ ସପିଂରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ସହିତ...

1 min read

ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ ଟାଇଟେଲ ଜିତିଲେ ଓଡ଼ିଆ ମଡେଲ ରଶ୍ମି ନାୟକ  ଭୁବନେଶ୍ୱରରେ ଓଡ଼ିଆ ମଡେଲ ରଶ୍ମି ନାୟକଙ୍କୁ ଭବ୍ୟ ସମ୍ୱର୍ଦ୍ଧନା  ବିଶ୍ୱ...

ଗଣିଆ ( ମନୋଜ ମଳିକ) - ନୟାଗଡ ଜିଲ୍ଲା ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବସନ୍ତ କୁମାର ଦାଶ ଶନିବାର...

1 min read

ଭୁବନେଶ୍ବର : ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଜନପଥ ଶାଖା ଏବେ ନୂତନ ଓ ବୃହତ୍ତ ରୂପରେଖ ନେଇ ନିଜ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବା ପାଇଁ ତା...

1 min read

ଭୁବନେଶ୍ୱର: ଚଳିତବର୍ଷ ଆରମ୍ଭ ହେବ ‘ଏକାମ୍ର ବାଲିଯାତ୍ରା’ ମହୋତ୍ସବ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀ ପଠାରେ ନୂଆ କରି ‘ଏକାମ୍ର ବାଲିଯାତ୍ରା ଓ ବୋଇତ ବନ୍ଧାଣ ଉତ୍ସବ’...

-ଓଡ଼ିଶାରେ ୫ଜି ଉପଲବ୍ଧତା ସ୍କୋର - ଜିଓ ୫୭.୬% , ଏୟାରଟେଲ ୨୨% - ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ - ଜିଓ ୬୨ ଏମବିପିଏସ, ଏୟାରଟେଲ ୪୪.୭ ଏମବିପିଏସ ଭୁବନେଶ୍ୱର: ସର୍ବଶ୍ରେଷ୍ଠ ୫ଜି କଭରେଜ ଉପଲବ୍ଧତା ଏବଂ ଡାଉନଲୋଡ଼ ସ୍ପିଡ଼ ଅନୁଭୁତି ସହିତ ପ୍ରତିଦ୍ୱନ୍ଦୀ କମ୍ପାନୀମାନଙ୍କୁ ପଛରେ ପକାଇ ଓଡ଼ିଶାରେ ସର୍ବାଗ୍ରେ ରହିଛି ରିଲାଏନ୍ସ ଜିଓ । ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ ସଂସ୍ଥା ଓପନ ସିଗ୍ନାଲ ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ନେଟୱାର୍କ ଅନୁଭୂତି ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ୫ଜି ଉପଲବ୍ଧତା ସମୟ ସ୍କୋରରେ ଜିଓ ୫୭.୬% ସ୍କୋର ସହିତ ସର୍ବାଗ୍ରେ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ ମାତ୍ର ୨୨% ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ସ୍କୋରକୁ ସିଧାସଳଖ ୫ଜି କଭରେଜ୍ ସହିତ ଲିଙ୍କ୍ କରାଯାଇପାରିବ। ୫ଜି ନେଟୱାର୍କର ବ୍ୟାପକ ଉପଲବ୍ଧତା ହେତୁ, ଜିଓ ୫ଜି ଉପଭୋକ୍ତା ୫ଜିରେ ସଂଯୁକ୍ତ ସମୟର ପ୍ରାୟ ଦୁଇ ତୃତୀୟାଂଶ ସମୟ ଅତିବାହିତ କରୁଥିବା ବେଳେ, ଏୟାରଟେଲ ବ୍ୟବହାରକାରୀମାନେ ୫ଜି କଭରେଜ ହେତୁ ୫ଜି ସମୟର କେବଳ ଏକ ଚତୁର୍ଥାଂଶ ସମୟ ଅତିବାହିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ ଅଭିଜ୍ଞତା କ୍ଷେତ୍ରରେ ଜିଓର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓପନ ସିଗ୍ନାଲ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ଉପଭୋକ୍ତାଙ୍କ ହାରାହାରି ଡାଉନଲୋଡ୍ ସ୍ପିଡ୍ ପ୍ରାୟ ୬୨ ଏମବିପିଏସ ରହିଥିବା ବେଳେ ଏୟାରଟେଲ କ୍ଷେତ୍ରରେ ଏହା ୪୪.୭ ଏମବିପିଏସ, ଭୋଡାଫୋନ ଆଇଡ଼ିଆ କ୍ଷେତ୍ରରେ ୧୫.୨ ଏମବିପିଏସ ଏବଂ ବିଏସଏନଏଲ କ୍ଷେତ୍ରରେ ୩.୫ ଏମବିପିଏସ ରହିଥିଲା । ସୂଚନାଯୋଗ୍ୟ ଯେ ଇଣ୍ଟରନେଟ୍ ସର୍ଫିଂ, ବଡ଼ ଫାଇଲ୍ ଡାଉନଲୋଡ୍ କରିବା, ଭିଡିଓ ଦେଖିବା ଏବଂ ସଙ୍ଗୀତ ଶୁଣିବା ପାଇଁ ଡାଉନଲୋଡ୍ ସ୍ପିଡ୍ ଗୁରୁତ୍ୱପୂର୍ଣ୍ଣ। ସାମଗ୍ରିକ କଭରେଜ୍ ଅଭିଜ୍ଞତା ବର୍ଗରେ ମଧ୍ୟ ରିଲାଏନ୍ସ ଜିଓ ସର୍ବାଧିକ ୯୯.୩% ସହିତ ଆଗରେ ରହିଛି । ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଉପଲବ୍ଧତା ବର୍ଗରେ ବେଶ ଆଗରେ ରହିଥିବା ଏହି ରିପୋର୍ଟରେ ସୂଚିତ କରାଯାଇଛି । ଜିଓ ବ୍ୟବହାରକାରୀମାନେ ସେମାନଙ୍କର ଦୁଇ ତୃତୀୟାଂଶ ସମୟ ୫ଜି ସହିତ ସଂଯୁକ୍ତ ବୋଲି ଓପନ୍ ସିଗନାଲ୍ ରିପୋର୍ଟରେ କହିଛି। ଜିଓ ନେଟୱାର୍କରେ ୫ଜି ଉପଭୋକ୍ତା ୬୬.୭% ସମୟ ସଂଯୁକ୍ତ ରହିଛନ୍ତି, ଯାହା ଏୟାରଟେଲ ତୁଳନାରେ ତିନି ଗୁଣା ଅଧିକ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଜିଓ ବ୍ୟବହାରକାରୀଙ୍କର ସର୍ବାଧିକ ସ୍ଥିର ଅଭିଜ୍ଞତା ରହିଛି କାରଣ ଜିଓ ସର୍ବାଧିକ ୬୬.୫% ସ୍କୋର ସହିତ ସ୍ଥିର ଗୁଣବତ୍ତା ପୁରସ୍କାର ବଜାୟ ରଖିଛି । ଜିଓ କଭରେଜ୍ ବର୍ଗର ସମସ୍ତ ତିନୋଟି ପୁରସ୍କାରର ବିଜେତା ହୋଇଛି ଯାହା ମଧ୍ୟରେ ରହିଛି ସାମଗ୍ରିକ ଉପଲବ୍ଧତା, ୫ଜି ଉପଲବ୍ଧତା ଏବଂ କଭରେଜ୍ ଅଭିଜ୍ଞତା । ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓ ୬୬.୭% ସହିତ ୫ଜି ଉପଲବ୍ଧତାରେ ସର୍ବାଗ୍ରେ ରହିଛି, ଯାହା ଏୟାରଟେଲ ଠାରୁ ୪୦ ପ୍ରତିଶତ ପଏଣ୍ଟ ଅଧିକ ଅଟେ। ଅକ୍ଟୋବର ୨୦୨୩ ରିପୋର୍ଟ ତୁଳନାରେ ସଦ୍ୟତମ ରିପୋର୍ଟରେ ଜିଓର ସ୍କୋର ଏୟାରଟେଲ ଅପେକ୍ଷା ଦୁଇଗୁଣ ଉନ୍ନତ ହୋଇଛି । ସେହିଭଳି ୯୯.୪% ସାମଗ୍ରିକ ନେଟୱାର୍କ ଉପଲବ୍ଧତା ସହିତ ଜିଓ ଆଗରେ ରହିଛି । କଭରେଜ୍ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ଜିଓ ୧୦ ପଏଣ୍ଟରୁ ନଅ ପଏଣ୍ଟ ସ୍କୋର ସହିତ ଲୋକମାନେ ରହୁଥିବା, କାର୍ଯ୍ୟ କରୁଥିବା ଏବଂ ଭ୍ରମଣ କରୁଥିବା ସ୍ଥାନରେ ମୋବାଇଲ୍ ନେଟୱାର୍କର ଉପଲବ୍ଧତାରେ ବେଶ ଆଗରେ ରହିଛି।

ବଡ଼ବିଲ, ଯୋଡ଼ା, ଆନନ୍ଦପୁର ଓ ଚମ୍ପୁଆରେ ଓମ୍ବାଡ୍‌ସି ସହାୟତାରେ ଷ୍ଟାଡିୟମ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ ଅଭ୍ୟାସ ପାଇଁ ସୁବିଧା ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ...

1 min read

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଏକ ଟେକ୍ନୋଲୋଜି ପ୍ରଦର୍ଶନ କରିଛି ଯାହା ଘରର ସ୍ମାର୍ଟ ଟିଭିଗୁଡ଼ିକୁ ସହଜରେ କମ୍ପ୍ୟୁଟରରେ ପରିଣତ କରିପାରିବ...