March 18, 2026

Utkal Sambad

ଜିଓ ଏୟାରଫାଇବର ଓଡ଼ିଶାର ସମସ୍ତ ସହର ଓ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍ ଲାଇନ୍ ପାଲଟିଛି ଏବଂ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ପ୍ରଦାନ କରୁଛି ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ଏହି କ୍ଷେତ୍ରରେ ରାଜ୍ୟରେ ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଚଳିତ ସପ୍ତାହରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ପ୍ରଥମ ଥର ପାଇଁ ଟ୍ରାଇ ପୃଥକ ଭାବରେ ୫ଜି ଏଫଡବ୍ଲୁଏ ବା ଏୟାର ଫାଇବର ଗ୍ରାହକ ସଂଖ୍ୟା ପ୍ରକାଶ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁୟାରୀ, ୨୦୨୫ ସୁଦ୍ଧା ରିଲାଏନ୍ସ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ରାଜ୍ୟରେ ୧.୩ ଲକ୍ଷରୁ ଅଧିକ ଏୟାର ଫାଇବର ଗ୍ରାହକ ସହିତ ବେଶ ଆଗରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ ୧୮୦୦୦ ଗ୍ରାହକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ, ଜାନୁୟାରୀ ୨୦୨୫ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ଜିଓ ଏୟାରଫାଇବର ଦେଶରେ ଏହି କ୍ଷେତ୍ରରେ ୮୪% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁଆରୀ, ୨୦୨୫ ସୁଦ୍ଧା, ଦେଶରେ ଜିଓର ୪୮ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲୁଏ ବା ଜିଓ ଏୟାରଫାଇବର ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲର ଦେଶରେ ପ୍ରାୟ ୮ ଲକ୍ଷ ୫ଜି ଏଫଡବ୍ଲୁଏ ଗ୍ରାହକ ରହିଥିଲେ। ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ଏହା ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୧ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ୱାଇଫାଇ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି । ଜିଓ ଏୟାରଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍‌ଲାଇନ୍ ପାଲଟିଛି ଏବଂ ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇପାରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ, ଜିଓ ଜାନୁୟାରୀ ମାସରେ ସର୍ବାଧିକ ପ୍ରାୟ ୫୦୦୦୦ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହିତ ଜାନୁୟାରୀ ୩୧ ସୁଦ୍ଧା ରାଜ୍ୟରେ ଜିଓ ନେଟୱର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫୭ କୋଟି ଅତିକ୍ରମ କରିଛି।

ଗଣିଆ - (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଇନ୍ଦିପଟା ଗ୍ରାମ ରେ ବାବା ବିଶ୍ଵନାଥ ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ଉପଲକ୍ଷେ ସୁବର୍ଣ୍ଣ...

ଭୁବନେଶ୍ୱର: ସ୍ଥାନୀୟ ଓୟୁଏଟି ଭେଣ୍ଟନାରୀ ସଭାକକ୍ଷରେ ମହେନ୍ଦ୍ରା ଶିକ୍ଷା ଅନୁଷ୍ଠାନରେ ସରକାରୀ ଚାକିରି ପାଇଥିବା ୨୩୧ ଜଣ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ମହେନ୍ଦ୍ରାର...

ଭୁବନେଶ୍ୱର: ଓପିଟିସିଏଲ ଶ୍ରମିକ କର୍ମଚାରୀ ସଂଘର ସପ୍ତମ ବାର୍ଷିକ ଅଧିବେଶନ ପାଳିତ ହୋଇଯାଇଛି। ସଂଘର ପରାମର୍ଶଦାତା ପବିତ୍ର ମୋହନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି...

ଭୁବନେଶ୍ୱର: ଓମସାର ବିଶାଳ ସାଧାରଣ ଅଧିବେଶନ ଓମସା ରାଜ୍ୟ ସଭାପତି ଡା. କିଶୋର ଚନ୍ଦ୍ର ମିଶ୍ର ଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି I ଏହି ସାଧାରଣ...

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବଡସିଲିଙ୍ଗା ଗ୍ରାମ ପଂଚାୟତ ଗୋଛାବାରୀ ଠାରେ ଡ଼. ବାବା ସାହେବ ଙ୍କ ଜୟନ୍ତୀ ପାଳିତ ହୋଇ...

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବିଭିନ୍ନ ମନ୍ଦିର ମାନଙ୍କରେ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି, ଖବର ନେବାରେ...

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ଲଙ୍କାପୋଡ଼ି ଯାତ୍ରା ଆସନ୍ତା 29/4/25ରେ ହେବାକୁ ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା...