October 11, 2025

Utkal Sambad

NALSA ବୀର ପରିବାର ସହାୟତା ଯୋଜନା-2025 ଅନ୍ତର୍ଗତ ଆଇନ ସେବା କ୍ଲିନିକ୍ର ଉଦଘାଟନ

 

ଭୁବନେଶ୍ୱର:  ରାଜ୍ୟ ସୈନିକ ଭବନ, IRC Village, ନୟାପଲ୍ଲୀ, ଭୁବନେଶ୍ୱର ଜମ୍ମୁ ଓ କାଶ୍ମୀରରେ ଶ୍ରୀମାନ ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଦ୍ୱାରା ଲଞ୍ଚ୍ ହୋଇଥିବା NALSA ବୀର ପରିବାର ସହାୟତା ଯୋଜନା 2025 ଅନ୍ତର୍ଗତ ଆଜି ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ସେବା କ୍ଲିନିକ୍ ର ଉଦ୍ଘାଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଉପସ୍ଥିତ ଥିଲେ— ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି, ଜିଲ୍ଲା ଦୌରା ଜଜ୍ ଓ ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ,ଶ୍ରୀ ଅରବିନ୍ଦ ପଟ୍ଟନାୟକ, ସଦସ୍ୟ ସଚିବ, ଓଡ଼ିଶା ଆଇନ ସେବା ପ୍ରାଧିକରଣ, ଅବସରପ୍ରାପ୍ତ ଜେନେରାଲ ଜେ. କେ. ମହାନ୍ତି,ଏୟାର ମାର୍ଶାଲ ଜେ. ଏନ୍. ବର୍ମା ଶ୍ରୀ ଘନଶ୍ୟାମ ଓଝା, ସେକ୍ରେଟାରୀ, ରାଜ୍ୟ ସୈନିକ ବୋର୍ଡ,ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଉପସଚିବ, ଓଡ଼ିଶା ଆଇନ ସେବା ପ୍ରାଧିକରଣ, କଟକ,ଶ୍ରୀମତୀ ସଲୋମୀ ସାହୁ, ସେକ୍ରେଟାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ,ଶ୍ରୀ ବିବେକ ସାସମଲ, ଆସିଷ୍ଟାଣ୍ଟ ସେକ୍ରେଟାରୀ, ଓଡ଼ିଶା ଆଇନ ସେବା ପ୍ରାଧିକରଣ, କଟକ ଏହି ଉଦ୍ଘାଟନ ଅନୁଷ୍ଠାନ ବୀର ଜବାନଙ୍କ ପରିବାର ନିମନ୍ତେ ଆଇନ ଓ ସାମାଜିକ ସହଯୋଗ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଗଣାଯାଉଛି। ବୀର ପରିବାରଙ୍କ ସମ୍ମାନ ଓ ସୁବିଧା ନିମନ୍ତେ ଏହି ପ୍ରୟାସ ଏକ ଅନୁକରଣୀୟ ଦୃଷ୍ଟାନ୍ତ ହେବ ବୋଲି ଆଶା।