ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଶୈବ ପୀଠ ଗୁଡିକ ରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା, କାର୍ତ୍ତିକ ମାସ କୁ...
ରାଜ୍ୟ
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ମା କଳାପାଟ ଙ୍କ ପୀଠରେ କାର୍ତ୍ତିକ ମାସ ଉପଲକ୍ଷେ ଦୀପଦାନ ସହିତ ମାତୃମଣ୍ଡଳୀ ଅନୁଷ୍ଠିତ ହୋଇ ଯାଇଛି ବୋଲି...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଗିରିଧାରୀ ସେଠୀ ଆଜି ଦଶପଲ୍ଲା ଠାରେ ଉପସ୍ଥିତ ରହି ବିଜେପି ରେ ଯୋଗ...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ ଶିଶୁ ଦିବସ ପାଳିତ ହୋଇ ଯାଇଛି, ଆଜି ସକାଳୁ ସକାଳୁ...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ରେ ଦୀପଦାନ ଉତ୍ସବ ପାଳିତ ହୋଇ ଯାଇଛି, ଖବର ନେବାରେ ଜଣାଗଲାଯେ...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ସଭା ଗୃହରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଳନ କରିବା ପାଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ମା କଳାପାଟ ପୀଠରେ ସିଦ୍ଧ ପୁରୁଷ ବାବା ରାମଦାସ ଙ୍କ 74ତମ ଜନ୍ମ ବାର୍ଷିକ ଉତ୍ସବ...
ଗଣିଆ ( ମନୋଜ ମଳିକ ) : ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଆଡ଼କଟା ଗ୍ରାମ ପଂଚାୟତ ରେ ଥିବା ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ପାଟଣା ସାହି (ଜଗନ୍ନାଥ ମନ୍ଦିର )ଠାରେ ଥିବା ତ୍ରିନାଥ ମନ୍ଦିର ରେ ରବିବାର ଦିନ ୩୪ତମ ବାର୍ଷିକ ଉତ୍ସବ...
ଭୁବନେଶ୍ୱର: ବାତ୍ୟା ଦାନା ପରବର୍ତ୍ତୀ ସମୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକ ସହ ମିଶି ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନସ୍ୱାସ୍ଥ୍ୟ ବିପଦ ପରିଚାଳନା ଉପରେ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୁରୁବାର ଭଦ୍ରକ ଜିଲ୍ଲା ତିହିଡ଼ିଠାରେ ମଧ୍ୟ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିରାପଦ ପାନୀୟ ଜଳ, ପରିମଳ ଏବଂ ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା, ଯାହା ବାତ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ରୋଗ ପ୍ରକୋପକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ସ୍ଥାନୀୟ ପ୍ରଶିକ୍ଷକମାନଙ୍କୁ ଅତ୍ୟାବଶ୍ୟକ କୌଶଳ ଓ ଜ୍ଞାନ ପ୍ରଦାନ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ବାତ୍ୟା ଦାନା ତଥା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ନେଇ ଉଦ୍ୟମ ଜାରି ରଖିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଦାନା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଦ୍ୱାରା ପ୍ରଭାବିତ ସ୍ଥାନୀୟ ଲୋକଙ୍କୁ ଫସଲ ସୁରକ୍ଷା ପଦକ୍ଷେପ, ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ ସହାୟତା ଏବଂ ଜନସ୍ୱାସ୍ଥ୍ୟ ଅଭିଯାନ ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନର ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟ ପାଇଁ ଅକ୍ଳାନ୍ତ ପ୍ରୟାସକୁ ଓଡ଼ିଶା ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଉଚ୍ଚ ପ୍ରଶଂସା କରିବା ସହ ସ୍ୱୀକୃତି ପ୍ରଦାନ କରିଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦାନା ବାତ୍ୟା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଥିଲା। ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଠିଆ ହୋଇ ରିଲାଏନ୍ସ ଫାଉଣ୍ଡେସନ ସରକାର ଏବଂ ଅନ୍ୟ ସଂଗଠନ ସହ ମିଶି କ୍ଷତିଗ୍ରସ୍ତଙ୍କୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ସାହାଯ୍ୟ କରିଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକତା ଫେରାଇଆଣିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅନ୍ୟ ସଂସ୍ଥା ଏବଂ ଲୋକମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିଛି। ବାତ୍ୟା ଦାନାର ପ୍ରଭାବ ଯେଭଳି ସର୍ବନିମ୍ନ ରହିବ ସେଥିନେଇ ତୁରନ୍ତ କାର୍ଯ୍ୟ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କର୍ତ୍ତୃପକ୍ଷ, ନାଗରିକ ସମାଜ ସଂଗଠନ ଏବଂ ଲୋକଙ୍କ ସହ ମିଳିତ ଭାବେ ଆଗୁଆ ପଦକ୍ଷେପ ନିଆଯାଇଥିଲା। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ତୁରନ୍ତ ରିଲାଏନ୍ସ ଫାଉଣ୍ଡେସନର କର୍ମଚାରୀ ଓ ଗୋଷ୍ଠୀ ସ୍ୱେଚ୍ଛାସେବୀମାନେ ଭଦ୍ରକ ଜିଲ୍ଲାରେ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ରାସ୍ତା ଉପରେ ଭାଙ୍ଗିପଡିଥିବା ଗଛ ଓ ଅନ୍ୟ ଅବରୋଧ ସଫା କରିବା ସହ ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିବା ସମେତ ବାତ୍ୟା ପରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ନେଇ ବିବିଧ ପରାମର୍ଶ ଓ ସୂଚନା ପ୍ରଦାନ କରିଥିଲେ।
