ଜିଓଟେଲ୍ ଓଏସ ଦ୍ରୁତ କାର୍ଯ୍ୟଦକ୍ଷତା ଏବଂ ସ୍ମାର୍ଟ ବିଷୟବସ୍ତୁ ଅନୁଭୂତି ପ୍ରଦାନ କରିବ ମୁମ୍ବାଇ / ଭୁବନେଶ୍ୱର: ଜିଓ ପକ୍ଷରୁ ଭାରତରେ ସ୍ମାର୍ଟ ଟିଭି ଉପଭୋକ୍ତାଙ୍କ ପାଇଁ 'ଜିଓଟେଲ ଓଏସ' ଆରମ୍ଭ କରାଯାଇଛି। ଏହି ନୂତନ ଅପରେଟିଂ ସିଷ୍ଟମ୍ ଦ୍ରୁତ, ସ୍ମାର୍ଟ ଏବଂ ବ୍ୟବହାର କରିବାକୁ ସହଜ, ଯାହା ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ ହୋଇଛି। ଭାରତରେ ପ୍ରାୟ ୩୫ ନିୟୁତ କନେକଟେଡ଼ ଟିଭି ଘର ଅଛି, କିନ୍ତୁ ଅନେକ ଗ୍ରାହକ ସୀମିତ କଷ୍ଟମାଇଜେସନ୍, ଉଚ୍ଚ-ଗୁଣାତ୍ମକ ଆଞ୍ଚଳିକ ବିଷୟବସ୍ତୁର ଅଭାବ ଏବଂ...
ଦେଶ ବିଦେଶ
ମାସାଚୁସେଟ୍ସ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସ ର ଗଭର୍ଣ୍ଣର ମୋରା ହିଲି ସମ୍ମାନିତ କରିଛନ୍ତି। ନୀତା ଅମ୍ବାନୀଙ୍କୁ ଦିଆଯାଇଥିବା ପ୍ରଶସ୍ତିପତ୍ରରେ ତାଙ୍କୁ...
ଆଇପିଏଲରେ ନଜର ଆସିବ ରିଲାଏନ୍ସ ର ନୂଆ ଏନର୍ଜି ଡ୍ରିଙ୍କ୍ ସ୍ପିନର ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ର ବ୍ରାଣ୍ଡ କାମ୍ପା ଜିଓଷ୍ଟାର ସହିତ ସହଭାଗୀ ହୋଇଛି। ଆଇପିଏଲ୍ ୨୦୨୫ ରେ ଉଭୟ ଟିଭି ଏବଂ...
ଓଡ଼ିଶା ଖେଳାଳିମାନେ ୫ଟି ପଦକ ଜିତି ରାଜ୍ୟ ପାଇଁ ଜାତୀୟ କ୍ରୀଡ଼ାରେ ସର୍ବୋତ୍ତମ ଦୌଡ଼କୁଦ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ୱର: ଉତ୍ତରାଖଣ୍ଡରେ ୨୦୨୫ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଖେଳାଳିମାନେ...
ବିଶ୍ୱରେ ଭାରତର ଯୋଗଦାନ ସମ୍ପର୍କରେ ମତ ରଖିବେ ନୀତା ଅମ୍ବାନୀ ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷ ନୀତା ଅମ୍ବାନୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସମ୍ମାନଜନକ 'ବାର୍ଷିକ ଭାରତ ସମ୍ମିଳନୀ'ରେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୋଇଛନ୍ତି। ନୀତା ଅମ୍ବାନୀ ଭାରତର କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଏବଂ ବିଶ୍ୱରେ ଭାରତର ଯୋଗଦାନ ସମ୍ପର୍କରେ ହାର୍ଭାର୍ଡ ବିଜନେସ୍ ସ୍କୁଲର ପୂର୍ବତନ ଡିନ୍ ନିତିନ ନୋହରିଆଙ୍କ ସହ ଆଲୋଚନା କରିବେ। ‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀ ଫେବୃୟାରୀ ୧୫ ଓ ୧୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏଥିରେ ୧୦୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି। ବିଗତ କିଛି ବର୍ଷ ଧରି ବିଶ୍ୱ ମଞ୍ଚରେ ଭାରତର ସବୁଠାରୁ ପ୍ରଭାବଶାଳୀ ସ୍ୱର ଭାବରେ ଆଗକୁ ଆସିଛନ୍ତି ନୀତା ଅମ୍ବାନୀ। ହାର୍ଭାର୍ଡରେ ସେ ଭାରତର...
ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ପରିବାରର ଚାରି ପିଢିଙ୍କ ସହ କୁମ୍ଭ ନଗରୀରେ ପହଞ୍ଚି ମହାକୁମ୍ଭରେ ସ୍ନାନ କରିଛନ୍ତି। ମା କୋକିଲା ବେନ୍,...
ପଶ୍ଚିମବଙ୍ଗରେ ରିଲାଏନ୍ସ ଏହାର ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବ - ମୁକେଶ ଅମ୍ବାନୀ ଆଗାମୀ ୩ ବର୍ଷରେ ପଶ୍ଚିମବଙ୍ଗରେ ରିଲାଏନ୍ସ ଖୋଲିବ ୪୦୦ ନୂତନ ଷ୍ଟୋର କୋଲକାତାରେ ନୂତନ ଏଆଇ ଡାଟା ସେଣ୍ଟର ଆଗାମୀ ୯ ମାସ ମଧ୍ୟରେ ପ୍ରସ୍ତୁତ ହେବ କୋଲକାତା: ରିଲାଏନ୍ସ ଜିଓ ଭାରତରେ ବିଶ୍ୱର ସର୍ବଶ୍ରେଷ୍ଠ ଏଆଇ ଭିତ୍ତିଭୂମି ପ୍ରସ୍ତୁତ କରୁଛି ଏବଂ ଏକ ଅତ୍ୟାଧୁନିକ ମାନୁଫାକଚରିଙ୍ଗ କ୍ଷମତା ସହିତ ଡିପ୍ ଟେକ୍ନୋଲୋଜି ସମ୍ପନ୍ନ ଦେଶ ହେବାପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ୍ୟ ମୁକେଶ ଅମ୍ବାନୀ। ଅଷ୍ଟମ ବେଙ୍ଗଲ ଗ୍ଲୋବାଲ ବିଜିନେସ ସମ୍ମିଳନୀରେ ଏହା ପ୍ରକାଶ କରିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆସନ୍ତା ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ନିଜର ପୁଞ୍ଜିନିବେଶକୁ ଦ୍ୱିଗୁଣିତ କରିବ ବୋଲି ସେ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ଗତ ଦଶନ୍ଧି ମଧ୍ୟରେ ରିଲାଏନ୍ସର ପୁଞ୍ଜିନିବେଶ ୨ ହଜାର କୋଟି ଟଙ୍କାରୁ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଥିବା ସୂଚନା ଦେଇ ୨୦୩୫ ସୁଦ୍ଧା ଏହା ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବା ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି। ବେଙ୍ଗଲ ଗ୍ଲୋବାଲ ସମ୍ମିଳନୀରେ ଯୋଗ ଦେଇ ମୁକେଶ ଅମ୍ବାନୀ ମୋଟ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜିଓ ପକ୍ଷରୁ କୋଲକାତାରେ ରହିଥିବା...
ମୁମ୍ବାଇ: ରିଲାଏନ୍ସ ପକ୍ଷରୁ ଗାୟତ୍ରୀ ବାସୁଦେବ ଯାଦବଙ୍କୁ ନୂତନ ଗ୍ରୁପ୍ ମୁଖ୍ୟ ମାର୍କେଟିଂ ଅଫିସର (ସିଏମଓ) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଷ୍ଟ୍ରାଟେଜିକ୍ ଇନିସିଏଟିଭ୍ କାର୍ଯ୍ୟନିର୍ବାହୀ ଉପସଭାପତି...
ପ୍ରତିଦିନ ହଜାର ହଜାର ଲୋକଙ୍କୁ ମାଗଣା ଭୋଜନ ତତ୍କାଳ ସ୍ୱାସ୍ଥ୍ୟ ସେବା ପାଇଁ ମାଗଣା ଓପିଡି ବ୍ୟବସ୍ଥା କରାଯାଇଛି ଜିଓ ପକ୍ଷରୁ ମହାକୁମ୍ଭ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୂଦୃଢ କରାଯାଇଛି ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସେବା କାର୍ଯ୍ୟ ହାତକୁ ନିଆଯାଇଛି। ପୁଷ୍ଟିକର ଭୋଜନ, ଆବଶ୍ୟକ...
ଶତାବ୍ଦୀର ଶେଷ ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ହେବ - ମୁକେଶ ଅମ୍ବାନୀ ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ (ପିଡି଼ଇୟୁ)ର ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ମୁକେଶ ଅମ୍ବାନୀ ଗାନ୍ଧୀନଗର: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) ଉପରେ ଚାଲିଥିବା ବିତର୍କରେ ନିଜ ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ...
