March 18, 2026

Utkal Sambad

ବାଣିଜ୍ୟ

ମୁମ୍ବାଇ: ରିଲାଏନ୍ସ ରିଟେଲର ଓମିନି ଚାନେଲ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ‘ଟିରା’ ପକ୍ଷରୁ ଭାରତରେ ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଶୁଭାରମ୍ଭ କରାଯାଇଛି। ଏହି ବ୍ରାଣ୍ଡ ଏହାର ଅତ୍ୟାଧୁନିକ ବିଜ୍ଞାନଆଧାରିତ ସୂତ୍ର ପାଇଁ ଜଣାଶୁଣା, ଯାହା ୩୦ ବର୍ଷର ଅନୁସନ୍ଧାନ ଏବଂ ଟିଏଫସି ୮ ଜ୍ଞାନକୌଶଳ ଉପରେ ଆଧାରିତ। ଏହି ଜ୍ଞାନକୌଶଳ ଶରୀରର ପ୍ରାକୃତିକ ଦକ୍ଷତାକୁ ସକ୍ରିୟ କରି ତ୍ୱଚାକୁ ଠିକ କରିବା ଏବଂ ପୁନର୍ଜୀବିତ କରିବାରେ ସହାୟକ ହୋଇଥାଏ। ଟିରାର ସହ-ପ୍ରତିଷ୍ଠାତା ଭକ୍ତି ମୋଦୀ କହିଛନ୍ତି ଯେ, “ଆମର ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଭାରତୀୟ ଗ୍ରାହକମାନଙ୍କୁ ଉଭୟ ବିଶ୍ୱ ଏବଂ ଘରୋଇ କ୍ଷେତ୍ରର ଶ୍ରେଷ୍ଠ ବ୍ରାଣ୍ଡଗୁଡିକ ଉପଲବ୍ଧ କରାଇବା। 'ଅଗଷ୍ଟିନସ୍ ବେଡ଼ର୍ ର ଶୁଭାରମ୍ଭ ଭାରତରେ ଆମର ବିଳାସପୂର୍ଣ୍ଣ ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସଶକ୍ତ କରିବ। ଏହା ଆମ ଗ୍ରାହକମାନଙ୍କ ପାଇଁ ଏକ ଖାସ ସୁଯୋଗ।" ଅଗଷ୍ଟିନସ୍ ବେଡ଼ର୍ ର ସିଇଓ ଚାର୍ଲ୍ସ ରୋସିୟର୍ କହିଛନ୍ତି ଯେ, “ଟିରା ସହ ଏହି ସହଭାଗୀତା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଏହା ଆମକୁ ବିଶ୍ୱର ସବୁଠାରୁ ଉତ୍ସାହଭରା ସୌନ୍ଦର୍ଯ୍ୟ ବଜାରରେ ପ୍ରବେଶ କରିବାର ସୁଯୋଗ ଦେଉଛି । ଅଗଷ୍ଟିନସ୍ ବେଡ଼ର୍ କଲେକ୍ସନ ଟିରାର ଅନଲାଇନ୍ ପ୍ଲାଟଫର୍ମ ଏବଂ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅବସ୍ଥିତ ନିର୍ଦ୍ଦିଷ୍ଟ ଟିରା ଷ୍ଟୋରଗୁଡିକରେ ମଧ୍ୟ ଉପଲବ୍ଧ ରହିଛି ।

ଭୁବନେଶ୍ୱର: ରିଲାଏନ୍ସ ଟ୍ରେଣ୍ଡ୍‌ସ ପକ୍ଷରୁ ଉତ୍ସବ ଓ ପାର୍ବଣ ଋତୁ ପାଇଁ ନୂତନ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି । ‘ପ୍ରତ୍ୟେକ ଦିନ କମ୍ ମୂଲ୍ୟ’ ର...

୩୪୯୯/- ଟଙ୍କାର କିଣାକିଣି କରନ୍ତୁ ଏବଂ ୨୪୯/୩୯୯* ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ ଆକର୍ଷଣୀୟ ପୁରସ୍କାର ଜିତିବା ପାଇଁ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ...

ଭାରତରେ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ସମ୍ପ୍ରସାରଣଜାରି ରଖିଛି ଆଜିଓର ଶକ୍ତିଶାଳୀ ଗ୍ରାହକ ଭିତିଭୂମି ସହିତ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ଉପସ୍ଥିତିକୁ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଫ୍ୟାସନ୍ ପାୱାରହାଉସ୍ ଗୁଡ଼ିକ ଏକତ୍ରିତ ହୋଇ ଯୁବ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ମୁମ୍ବାଇ: ଭାରତର ପ୍ରମୁଖ ଫ୍ୟାସନ୍ ଇଟେଲର୍ ଆଜିଓ ଆଜି ଏହାର ପ୍ଲାଟଫର୍ମରେ ଫ୍ୟାଶନ୍ ଏବଂ ଗୁଣବତା ପାଇଁ ଜଣାଶୁଣା ବ୍ରାଣ୍ଡ୍ ଏଚ୍ ଆଣ୍ଡ୍ ଏମ୍...

ନ୍ୟୁୟର୍କ / ନୂଆଦିଲ୍ଲୀ: ନ୍ୟୁୟର୍କରେ 'ଇଣ୍ଡିଆ ଡେ ଆଟ ୟୁଏନଜିଏ ସପ୍ତାହ' ଅବସରରେ ଗ୍ଲୋବାଲ ସାଉଥର ନେତା ଭାବରେ ଭାରତର ଉଦୀୟମାନ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର ବିଶ୍ୱ ବିକାଶ ଏଜେଣ୍ଡାରେ ଭାରତର ନେତୃତ୍ୱକୁ ସ୍ପଷ୍ଟ କରିଛନ୍ତି। 'ଟାଇଗରସ ଟେଲ୍: ବିକାଶର ଏକ ନୂତନ ଦିଗନ୍ତର ନିର୍ମାଣ' ଶୀର୍ଷକ ଏହି ଆଲୋଚନାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ୍ ନିର୍ଦ୍ଦେଶିକା ଇଶା ଅମ୍ବାନୀ, ଗୁଏନାର ବୈଦେଶିକ ମନ୍ତ୍ରୀ ହ୍ୟୁଗ ହିଲଟନ୍ ଟଡ୍, ଡିପି ୱାର୍ଲ୍ଡ ର ଗ୍ରୁପ୍ ଚେୟାରମ୍ୟାନ୍ ସୁଲତାନ୍ ଅହମ୍ମଦ ବିନ୍ ସୁଲେୟମ ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଅଂଶଗ୍ରହଣ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ବିଶ୍ୱର ନେତାମାନେ ସମାନ ବିକାଶ ଉପରେ ଚର୍ଚ୍ଚା କରିବା ପାଇଁ ନ୍ୟୁୟର୍କରେ ଏକାଠି ହୋଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ ଆମ ଦୁନିଆ ଦ୍ରୁତ ଗତିରେ ବଦଳୁଛି । ବିଶେଷ କରି ଭାରତ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆକାର ଦେବା ସହିତ ସଠିକ୍ ପଦକ୍ଷେପ ନେଉଛି। କିନ୍ତୁ ଏହି ମୁହୂର୍ତ୍ତଟି କେବଳ ପରିବର୍ତ୍ତନ ବିଷୟରେ ନୁହେଁ, ଏହା ଏକ ଉନ୍ନତତର ଭବିଷ୍ୟତ ନିର୍ମାଣ କରିବା ବିଷୟରେ ରହିଛି । ବିଶେଷକରି ଯୁବପିଢ଼ିମାନଙ୍କ ବିଷୟରେ । ଆମ ସାମ୍ନାରେ ଅନେକ ଆହ୍ୱାନ ରହିଛି କିନ୍ତୁ ଏକାଠି ମିଳିତ ଭାବରେ କାମ କରି ଆମେ ବାସ୍ତବିକ ପ୍ରଗତି କରିପାରିବା।" ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର କହିଛନ୍ତି କିପରି ଗ୍ଲୋବାଲ ସାଉଥର ନେତୃତ୍ୱ ଏବେ ଏକ ବାସ୍ତବତାରେ ପରିଣତ ହୋଇଛି । ଜାତିସଂଘରେ ଭାରତର ଭୂମିକାକୁ ଏକ ବିଶାଳ ହୃଦୟ ରହିଥିବା ଦେଶ ଭାବରେ ସ୍ୱୀକାର କରାଯାଇଛି ଏବଂ ଏକ ଏପରି ଦେଶ ଯାହା ଗ୍ଲୋବାଲ ସାଉଥକୁ ପୁଣିଥରେ ବାର୍ତ୍ତାରେ ପୁନଃ ସାମିଲ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କିପରି ଟେକ୍ନୋଲୋଜିର ଗଣତାନ୍ତ୍ରିକକରଣ କରୁଛୁ ତାହା ଦେଖିବା ମହତ୍ତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ଦ୍ୱାରା ମିଳିତ ଭାଵେ “ଦ...

ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ୩.୨୧ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କୁ ସର୍ବାଧୁନିକ ଗୃହ ମନୋରଞ୍ଜନ, ଅସୀମିତ ୱାଇଫାଇ ଓ ନିରବଛିନ୍ନ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଉଛି ଜିଓ ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୧.୮୫ ଲକ୍ଷ...

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ବିପି ସିଇଓ ମୁରେ ଅଚିନକ୍ଲସ ମୁମ୍ବାଇର ଵିକେସି ସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟର ଠାରେ ଜିଓ ବିପି ପଲ୍ସର ୫୦୦ତମ ଇଭି...

ନୂଆଦିଲ୍ଲୀ: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣ ଋତୁ। ଏଥର ଫ୍ଲିପକାର୍ଟ ଏବଂ ଆମାଜନ ଏକ ବମ୍ପର ସେଲ୍‌ ଆରମ୍ଭ ହେବାକୁ ଯାଉଛି। ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେ’ରେ ଗ୍ରାହକଙ୍କ...

ଭୁବନେଶ୍ଵର:  ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଖୋଲିଯାଇଛି ଚାନ୍ଦି ଭଣ୍ଡାରର ସର୍ବବୃହତ୍ ଶୋ’ ରୁମ୍। ଓଡ଼ିଶାର ଅଗ୍ରଣୀ ତଥା ଏକ୍ସକ୍ରୁସିଭ୍ ରୁପା ଗହଣା ଚେନ୍ ‘ଚାନ୍ଦି ଭଣ୍ଡାର’ ରୁପା...