March 18, 2026

Utkal Sambad

ବାଣିଜ୍ୟ

ସୀମିତସମୟଅଫର୍: ୩୦% ରିହାତିସହିତଉପଲବ୍ଧହେଉଛିଜିଓଭାରତଫୋନ ମାସିକରିଚାର୍ଜରେହେବ୪୦ପ୍ରତିଶତସଞ୍ଚୟ ଜିଓମାର୍ଟ, ଆମାଜନଏବଂନିକଟସ୍ଥଷ୍ଟୋରଗୁଡିକରେଉପଲବ୍ଧ ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦...

- ଭାରତରେ ଏଆଇ ଭିତ୍ତିଭୂମି ସୃଷ୍ଟି ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଏକାଠି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ଏବଂ ଜେନସେନ ହୁଆଙ୍ଗ -...

ନୂଆଦିଲ୍ଲୀ: ଆପଣ ବର୍ତ୍ତମାନ ଗ୍ରସେରୀ ଦୋକାନରେ ବିଲ୍ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ଏବଂ ଏହା ହେବ ସପିଂରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ସହିତ...

ଭୁବନେଶ୍ବର : ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଜନପଥ ଶାଖା ଏବେ ନୂତନ ଓ ବୃହତ୍ତ ରୂପରେଖ ନେଇ ନିଜ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବା ପାଇଁ ତା...

-ଓଡ଼ିଶାରେ ୫ଜି ଉପଲବ୍ଧତା ସ୍କୋର - ଜିଓ ୫୭.୬% , ଏୟାରଟେଲ ୨୨% - ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ - ଜିଓ ୬୨ ଏମବିପିଏସ, ଏୟାରଟେଲ ୪୪.୭ ଏମବିପିଏସ ଭୁବନେଶ୍ୱର: ସର୍ବଶ୍ରେଷ୍ଠ ୫ଜି କଭରେଜ ଉପଲବ୍ଧତା ଏବଂ ଡାଉନଲୋଡ଼ ସ୍ପିଡ଼ ଅନୁଭୁତି ସହିତ ପ୍ରତିଦ୍ୱନ୍ଦୀ କମ୍ପାନୀମାନଙ୍କୁ ପଛରେ ପକାଇ ଓଡ଼ିଶାରେ ସର୍ବାଗ୍ରେ ରହିଛି ରିଲାଏନ୍ସ ଜିଓ । ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ ସଂସ୍ଥା ଓପନ ସିଗ୍ନାଲ ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ନେଟୱାର୍କ ଅନୁଭୂତି ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ୫ଜି ଉପଲବ୍ଧତା ସମୟ ସ୍କୋରରେ ଜିଓ ୫୭.୬% ସ୍କୋର ସହିତ ସର୍ବାଗ୍ରେ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ ମାତ୍ର ୨୨% ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ସ୍କୋରକୁ ସିଧାସଳଖ ୫ଜି କଭରେଜ୍ ସହିତ ଲିଙ୍କ୍ କରାଯାଇପାରିବ। ୫ଜି ନେଟୱାର୍କର ବ୍ୟାପକ ଉପଲବ୍ଧତା ହେତୁ, ଜିଓ ୫ଜି ଉପଭୋକ୍ତା ୫ଜିରେ ସଂଯୁକ୍ତ ସମୟର ପ୍ରାୟ ଦୁଇ ତୃତୀୟାଂଶ ସମୟ ଅତିବାହିତ କରୁଥିବା ବେଳେ, ଏୟାରଟେଲ ବ୍ୟବହାରକାରୀମାନେ ୫ଜି କଭରେଜ ହେତୁ ୫ଜି ସମୟର କେବଳ ଏକ ଚତୁର୍ଥାଂଶ ସମୟ ଅତିବାହିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ ଅଭିଜ୍ଞତା କ୍ଷେତ୍ରରେ ଜିଓର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓପନ ସିଗ୍ନାଲ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ଉପଭୋକ୍ତାଙ୍କ ହାରାହାରି ଡାଉନଲୋଡ୍ ସ୍ପିଡ୍ ପ୍ରାୟ ୬୨ ଏମବିପିଏସ ରହିଥିବା ବେଳେ ଏୟାରଟେଲ କ୍ଷେତ୍ରରେ ଏହା ୪୪.୭ ଏମବିପିଏସ, ଭୋଡାଫୋନ ଆଇଡ଼ିଆ କ୍ଷେତ୍ରରେ ୧୫.୨ ଏମବିପିଏସ ଏବଂ ବିଏସଏନଏଲ କ୍ଷେତ୍ରରେ ୩.୫ ଏମବିପିଏସ ରହିଥିଲା । ସୂଚନାଯୋଗ୍ୟ ଯେ ଇଣ୍ଟରନେଟ୍ ସର୍ଫିଂ, ବଡ଼ ଫାଇଲ୍ ଡାଉନଲୋଡ୍ କରିବା, ଭିଡିଓ ଦେଖିବା ଏବଂ ସଙ୍ଗୀତ ଶୁଣିବା ପାଇଁ ଡାଉନଲୋଡ୍ ସ୍ପିଡ୍ ଗୁରୁତ୍ୱପୂର୍ଣ୍ଣ। ସାମଗ୍ରିକ କଭରେଜ୍ ଅଭିଜ୍ଞତା ବର୍ଗରେ ମଧ୍ୟ ରିଲାଏନ୍ସ ଜିଓ ସର୍ବାଧିକ ୯୯.୩% ସହିତ ଆଗରେ ରହିଛି । ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଉପଲବ୍ଧତା ବର୍ଗରେ ବେଶ ଆଗରେ ରହିଥିବା ଏହି ରିପୋର୍ଟରେ ସୂଚିତ କରାଯାଇଛି । ଜିଓ ବ୍ୟବହାରକାରୀମାନେ ସେମାନଙ୍କର ଦୁଇ ତୃତୀୟାଂଶ ସମୟ ୫ଜି ସହିତ ସଂଯୁକ୍ତ ବୋଲି ଓପନ୍ ସିଗନାଲ୍ ରିପୋର୍ଟରେ କହିଛି। ଜିଓ ନେଟୱାର୍କରେ ୫ଜି ଉପଭୋକ୍ତା ୬୬.୭% ସମୟ ସଂଯୁକ୍ତ ରହିଛନ୍ତି, ଯାହା ଏୟାରଟେଲ ତୁଳନାରେ ତିନି ଗୁଣା ଅଧିକ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଜିଓ ବ୍ୟବହାରକାରୀଙ୍କର ସର୍ବାଧିକ ସ୍ଥିର ଅଭିଜ୍ଞତା ରହିଛି କାରଣ ଜିଓ ସର୍ବାଧିକ ୬୬.୫% ସ୍କୋର ସହିତ ସ୍ଥିର ଗୁଣବତ୍ତା ପୁରସ୍କାର ବଜାୟ ରଖିଛି । ଜିଓ କଭରେଜ୍ ବର୍ଗର ସମସ୍ତ ତିନୋଟି ପୁରସ୍କାରର ବିଜେତା ହୋଇଛି ଯାହା ମଧ୍ୟରେ ରହିଛି ସାମଗ୍ରିକ ଉପଲବ୍ଧତା, ୫ଜି ଉପଲବ୍ଧତା ଏବଂ କଭରେଜ୍ ଅଭିଜ୍ଞତା । ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓ ୬୬.୭% ସହିତ ୫ଜି ଉପଲବ୍ଧତାରେ ସର୍ବାଗ୍ରେ ରହିଛି, ଯାହା ଏୟାରଟେଲ ଠାରୁ ୪୦ ପ୍ରତିଶତ ପଏଣ୍ଟ ଅଧିକ ଅଟେ। ଅକ୍ଟୋବର ୨୦୨୩ ରିପୋର୍ଟ ତୁଳନାରେ ସଦ୍ୟତମ ରିପୋର୍ଟରେ ଜିଓର ସ୍କୋର ଏୟାରଟେଲ ଅପେକ୍ଷା ଦୁଇଗୁଣ ଉନ୍ନତ ହୋଇଛି । ସେହିଭଳି ୯୯.୪% ସାମଗ୍ରିକ ନେଟୱାର୍କ ଉପଲବ୍ଧତା ସହିତ ଜିଓ ଆଗରେ ରହିଛି । କଭରେଜ୍ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ଜିଓ ୧୦ ପଏଣ୍ଟରୁ ନଅ ପଏଣ୍ଟ ସ୍କୋର ସହିତ ଲୋକମାନେ ରହୁଥିବା, କାର୍ଯ୍ୟ କରୁଥିବା ଏବଂ ଭ୍ରମଣ କରୁଥିବା ସ୍ଥାନରେ ମୋବାଇଲ୍ ନେଟୱାର୍କର ଉପଲବ୍ଧତାରେ ବେଶ ଆଗରେ ରହିଛି।

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଏକ ଟେକ୍ନୋଲୋଜି ପ୍ରଦର୍ଶନ କରିଛି ଯାହା ଘରର ସ୍ମାର୍ଟ ଟିଭିଗୁଡ଼ିକୁ ସହଜରେ କମ୍ପ୍ୟୁଟରରେ ପରିଣତ କରିପାରିବ...

ଜିଓ ପକ୍ଷରୁ ଦୁଇଟି ନୂଆ ୪ଜି ଫିଚର ଫୋନ ଜିଓଭାରତ ଭି୩ ଏବଂ ଭି୪ ଶୁଭାରମ୍ଭ - ଉଭୟ ଭି୩ ଏବଂ ଭି୪ ମୋବାଇଲ ଫୋନର ମୂଲ୍ୟ ପ୍ରତି ଫୋନ ପାଇଁ ୧୦୯୯ ଟଙ୍କା ରଖାଯାଇଛି - ୪୫୫ ରୁ ଅଧିକ ଲାଇଭ୍ ଟିଭି ଉପଲବ୍ଧ ହେବ - ମାତ୍ର ୧୨୩ ଟଙ୍କାରେ ହେବ ମାସିକ ରିଚାର୍ଜ ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି।...

- ଏଆଇ ଏବଂ ମେସିନ୍ ଲର୍ନିଂ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ସରକାର ପ୍ରୋତ୍ସାହନ ଦିଅନ୍ତୁ - ସୁଲଭ ମୂଲ୍ୟରେ ଶକ୍ତିଶାଳୀ ଏଆଇ ମଡେଲ ଏବଂ ସେବା...

ମୁମ୍ବାଇ / ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଚଳିତ ଆର୍ଥିକବର୍ଷର ଦ୍ଵିତୀୟ ତ୍ରୟମାସ ପାଇଁ କମ୍ପାନୀର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଜୁଲାଇରୁ ସେପ୍ଟେମ୍ବର ଯାଏଁ ରହିଥିବା ଏହି ତ୍ରୟମାସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଜିଓ ପ୍ଲାଟଫର୍ମସର ନେଟ ଲାଭ ପୂର୍ବ ବର୍ଷ ସମାନ ତ୍ରୟମାସ ତୁଳନାରେ ଏହି ତ୍ରୟମାସରେ ୨୩.୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୬୫୩୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଜିଓ ପ୍ଲାଟଫର୍ମସର ତ୍ରୈମାସିକ ମୋଟ ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୩୭୧୧୯ କୋଟି ଟଙ୍କା ହୋଇଛି । ଏହି ତ୍ରୟମାସରେ ଜିଓର ଗ୍ରାହକ ସଂଖ୍ୟାରେ ପୂର୍ଵ ବର୍ଷ ସମାନ ସମୟ ତୁଳନାରେ ୪.୨ ପ୍ରତିଶତ ବୃଦ୍ଧି ସହିତ ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୭.୮୮ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୧୪.୮ କୋଟି ଜିଓ ୫ଜି ନେଟୱାର୍କ ଆପଣାଇବା ସହିତ ୫ଜି କ୍ଷେତ୍ରରେ ଜିଓ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ କରିଛି । ଏହି ତ୍ରୟମାସରେ ଜିଓ ନେଟୱର୍କରେ ଡାଟା ଟ୍ରାଫିକ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୪ ପ୍ରତିଶତ ବୃଦ୍ଧି ପାଇ ୪୫ ବିଲିୟନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ୬.୪ ପ୍ରତିଶତ ବୃଦ୍ଧି ସହିତ ୧.୪୨ ଟ୍ରିଲିୟନ ମିନିଟ ରହିଥିବା ଜଣାପଡିଛି । ୫ଜି ଏବଂ ଗୃହ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ସହିତ ଗ୍ରାହକ ପ୍ରତି ମାସିକ ଡାଟା ବ୍ୟବହାର ୩୧ ଜିବିକୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ତ୍ରୟମାସରେ ଜିଓ ୨.୮ ନିୟୁତରୁ ଉର୍ଦ୍ଧ୍ବ ଜିଓ ଏୟାର ଫାଇବର ଗ୍ରାହକଙ୍କ ସହିତ ବିଶ୍ୱର ଦୁତତମ ଅଭିବୃଦ୍ଧିଶୀଳ ଫିକ୍ସଡ ୱେରଲେସ ଅପରେଟର ହୋଇଛି । ଜିଓର ପ୍ରତି ଗ୍ରାହକ ପିଛା ମାସିକ ରାଜସ୍ବ ୧୯୫.୧ ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୨୫୮୦୨୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ସେହିଭଳି ରିଲାଏନ୍ସ ରିଟେଲ ର ତ୍ରୈମାସିକ ମୋଟ ରାଜସ୍ୱ ୭୬୩୦୨ କୋଟି ଟଙ୍କା ରହିଥିବା ବେଳେ ତୈଳ, ରସାୟନ ଏବଂ ଉତ୍ତୋଳନ କ୍ଷେତ୍ରର ମୋଟ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ୫.୧ ପ୍ରତିଶତ ବୃଦ୍ଧି ପାଇ ୧୫୫୫୮୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୪୬୪ ନୂଆ ଷ୍ଟୋର ଖୋଲିବା ସହିତ କମ୍ପାନୀର ମୋଟ ଷ୍ଟୋର ସଂଖ୍ୟା ସେପ୍ଟେମ୍ବର ଶେଷ ସୁଦ୍ଧା ୧୮୯୪୬ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।