ତିରୁପତି କଲେକ୍ସନ୍'ର ଦଶମ ସଂସ୍କରଣ ଉନ୍ମୋଚନ କରିଛି ପବିତ୍ର ପରମ୍ପରାରେ ସନ୍ନିହିତ ଏହି ଉତ୍ତମ ସୁନା ଏବଂ ହୀରା ସଂଗ୍ରହ ତିରୁପତିର ଭଗବାନ ବାଲାଜୀଙ୍କୁ ଭକ୍ତି ଅର୍ପଣ ଗ୍ରାହକମାନେ ସୁନା ଅଳଙ୍କାରର ଗଢା ମଜୁରୀ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ହୀରା ଅଳଙ୍କାର ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ମୁମ୍ବାଇ: ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଜୁଏଲ୍ସ , ତିରୁପତିର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି...
ବାଣିଜ୍ୟ
ଓଡ଼ିଶାରେ ଜିଓର ୪୫% ରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୬୫% ୱାୟାରଲାଇନ୍ ବା ହୋମ ବ୍ରଡ଼ବ୍ୟାଣ୍ଡ ଗ୍ରାହକ ବଜାର ଅଂଶ ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଓ ପରିସର ସର୍ବାଧୁନିକ ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଭୋଗ କରୁଛନ୍ତି ଭୁବନେଶ୍ୱର: ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ଡିସେମ୍ବର ୨୦୨୪ ରେ ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ୱାୟାରଲାଇନ୍ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଡିସେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧.୩୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୧୬୬୦୦ ରୁ ଅଧିକ ନୂତନ ଜିଓଫାଇବର / ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୫୬ କୋଟି ଅତିକ୍ରମ କରିଛି। ଜିଓ ବ୍ୟତୀତ, ଡିସେମ୍ବରରେ ଏୟାରଟେଲ୍ ଓଡ଼ିଶାରେ କେବଳ ୧୮୦୦୦ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ବିଏସଏନଏଲ ଏହି ମାସରେ ୯୦୦୦ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି । ଭୋଡାଫୋନ ଆଇଡ଼ିଆ ଏହି ମାସରେ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୫୮ ଲକ୍ଷ ବୃଦ୍ଧି ପାଇ ୩.୪୩ କୋଟିରେ ପହଞ୍ଚିଛି। ଜାତୀୟ ସ୍ତରରେ ମଧ୍ୟ, ଜିଓ ଡିସେମ୍ବରରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଏବଂ ଏହି ମାସରେ ୩୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି। ରିଲାଏନ୍ସ ଜିଓ ରାଜ୍ୟରେ ୪ ଲକ୍ଷ ୱାୟାରଲାଇନ୍ ବା ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ହାସଲ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହାର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ତିନି ଗୁଣ ଅଧିକ ରହିଛି। ଏହା ସହିତ, ଜିଓ ଏବେ ଓଡ଼ିଶାରେ ୬୫% ୱାୟାରଲାଇନ୍ ଗ୍ରାହକ ବଜାର ଅଂଶ ହାସଲ କରିଛି ଏବଂ ୪ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ସର୍ବାଧୁନିକ ବିଶ୍ୱସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଭୋଗ କରୁଛନ୍ତି। ଏହାର ବିସ୍ତୃତ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଜିଓ ଓଡ଼ିଶାର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇଛି ଏବଂ ୪୫%ରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୫୨% ରାଜସ୍ୱ ବଜାର ଅଂଶ ହାସଲ କରିଛି। ଉଲ୍ଲେଖଯୋଗ୍ୟ ଯେ, ଓକଲା ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ ଜିଓ ଭାରତରେ ସବୁଠାରୁ ଦ୍ରୁତତମ ୫ଜି ସେବା ପ୍ରଦାନକାରୀ ରହିଛି...
ଜିଓ ଫାଇନାନ୍ସ ଲିମିଟେଡ୍ ସିକ୍ୟୁରିଟିଜ୍ ଉପରେ ଡିଜିଟାଲ୍ ଋଣ କ୍ଷେତ୍ରରେ ପ୍ରବେଶ କରିଛି ଜିଓ ଫାଇନାନ୍ସ ଆପ୍ ରୁ ମାତ୍ର ୧୦ ମିନିଟରେ ମିଳିବ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୁଧ ହାର ୯.୯୯% ରୁ ଆରମ୍ଭ, କୌଣସି ଫୋର-କ୍ଲୋଜର ଶୁଳ୍କ ନାହିଁ ମୁମ୍ବାଇ: ଜିଓ ଫାଇନାନ୍ସ ଲିମିଟେଡ୍ (ଜେଏଫଏଲ୍) ସିକ୍ୟୁରିଟିଜ୍ ଉପରେ ଋଣ କ୍ଷେତ୍ରରେ ପ୍ରବେଶ କରିଛି। ଗ୍ରାହକମାନେ ସେମାନଙ୍କର ଡିମାଟ୍ ଆକାଉଣ୍ଟରେ ଥିବା ସେୟାର...
ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮ ଏମବିପିଏସ ୨୦୫ ଏମବିପିଏସ ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ସହିତ ଏୟାରଟେଲ୍ ଦ୍ୱିତୀୟ ସ୍ଥାନରେ ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣିଥରେ ୫ଜି ଡାଉନଲୋଡ୍ ସ୍ପିଡ୍ ଦୌଡ଼ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛି। ଓକଲା ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ,...
ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସର ସର୍ବଧୁନିକ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ଉପଭୋଗ କରୁଛନ୍ତି ସମଗ୍ର ଓଡ଼ିଶାରେ ୩୦ ଜିଲ୍ଲାରେ ସମସ୍ତ ତହସିଲ, ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫଲାଇନ ପାଲଟିଛି ଜିଓ ଏୟାରଫାଇବର ଭୁବନେଶ୍ୱର: ସାରା ରାଜ୍ୟରେ ଉପଲବ୍ଧ ନିର୍ଭରଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା, ଜିଓ ଫାଇବର ଏବଂ ଜିଓ ଏୟାରଫାଇବରର ଅସୀମ ଲୋକପ୍ରିୟତା ବଳରେ ରିଲାଏନ୍ସ ଜିଓ...
ସୁପରଷ୍ଟାର ମହେଶ ବାବୁ ଏବଂ ସୀତାରାଙ୍କ ଦ୍ୱାରା ରିଲାଏନ୍ସ ଟ୍ରେଣ୍ଡ୍ସ ‘ଗ୍ରୀଷ୍ମ – ଅକେଜନ’ ପୋଷାକ କଲେକ୍ସନ ଶୁଭାରମ୍ଭ
'ନୂଆ ସମୟ, ନୂତନ ଟ୍ରେଣ୍ଡ୍ସ' ଅଭିଯାନ ଆରମ୍ଭ ଏହି କଲେକ୍ସନରେ ଆକର୍ଷଣୀୟ କାଜୁଆଲ୍ ପୋଷାକ, ୱାଓ ୱେଷ୍ଟର୍ଣ୍ଣ ଏବଂ ପାର୍ଟି ଏଥିନିକ ପୋଷାକ ସାମିଲ ରହିଛି ବେଙ୍ଗାଲୁରୁ: ରିଲାଏନ୍ସ ଟ୍ରେଣ୍ଡ୍ସ ବଜାରରେ ଏହାର ନୂତନ ଗ୍ରୀଷ୍ମକାଳୀନ ତଥା ଅକେଜନ ପୋଷାକ କଲେକ୍ସନ ଶୁଭାରମ୍ଭ କରିଛି। କମ୍ପାନୀଟି 'ନୂଆ ସମୟ, ନୂତନ ଟ୍ରେଣ୍ଡ୍ସ' ଅଭିଯାନର ଶୁଭାରମ୍ଭ ସୁପରଷ୍ଟାର ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରା ସହିତ କରିଛି। ଗ୍ରୀଷ୍ମ ଛୁଟିରେ ଯାତ୍ରା ସହିତ ଫ୍ୟାଶନର ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ନୂତନ ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସମ୍ଭାର ବା କଲେକ୍ସନ ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରାଙ୍କ ଫିଲ୍ମ ସହିତ ଆରମ୍ଭ ହୋଇଛି, ଯେଉଁଥିରେ ଉଭୟ ତାରକା ଆକର୍ଷଣୀୟ କାଜୁଆଲ ପୋଷାକଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଏବଂ ପାର୍ଟି ଏଥିନିକ ପୋଷାକ ପିନ୍ଧିଥିବା ଦେଖାଯାଇଛି। ରିଲାଏନ୍ସ ଟ୍ରେଣ୍ଡସର ନୂତନ ସମ୍ଭାର ଗ୍ରାହକମାନଙ୍କୁ ଏପରି ଏକ ଦୁନିଆକୁ ନେଇଯିବ ଯେଉଁଠାରେ ପରମ୍ପରା ଏବଂ ଆଧୁନିକତା ଏକାଠି ଚାଲିଥାଏ। ଏହି ସମ୍ଭାରରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଟ୍ରେଣ୍ଡି ଡିଜାଇନ୍ ଏବଂ ଫ୍ୟାଶନର ଅପୂର୍ବ ଝଲକ ପ୍ରତିଫଳିତ ହୋଇଛି। ଯଦିଓ ଏହି ନୂତନ ସମ୍ଭାର ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି, ରିଲାଏନ୍ସ ଟ୍ରେଣ୍ଡ୍ସରେ ବର୍ଷସାରା ଏବଂ ପ୍ରତ୍ୟେକ ଅବସର ଓ ଋତୁ ପାଇଁ ବିଶାଳ ସମ୍ଭାର ଉପଲବ୍ଧ ହୋଇଥାଏ। ଉତ୍ସବକାଳୀନ ପୋଷାକ ହେଉ, କାଜୁଆଲ୍ ପୋଷାକ ହେଉ କିମ୍ବା ଟ୍ରେଣ୍ଡି ପୋଷାକ, ରିଲାଏନ୍ସ ଟ୍ରେଣ୍ଡ୍ସରେ ସମସ୍ତଙ୍କ ପାଇଁ କିଛି ନା କିଛି ନିଶ୍ଚୟ ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ "ଏହି ସିଜନରେ, ରିଲାଏନ୍ସ ଟ୍ରେଣ୍ଡ୍ସ ଏହାର ସବୁଠାରୁ ନୂତନତମ କଲେକ୍ସନ ପ୍ରସ୍ତୁତ କରିଛି, ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଶୈଳୀ ଓ ଷ୍ଟାଇଲ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ। ନୂତନ ରେଞ୍ଜ କେବଳ ଟ୍ରେଣ୍ଡରେ ରହିଛି ତା ନୁହେଁ ବରଂ ଏହା ନୂଆ ଟ୍ରେଣ୍ଡ ତିଆରି କରିଛି।"
ଏଥିସହିତ ଜିଓକୁ ମିଳିଲା ଆନ୍ତର୍ଜାତୀୟ ଡବ୍ଲୁଆଇପିଓ (ୱାର୍ଲଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ) ଟ୍ରଫି ଜିଓ ପକ୍ଷରୁ ୪ ହଜାରରୁ ଅଧିକ ପେଟେଣ୍ଟ ଦୂରସଂଚାର, ଡିଜିଟାଲ୍ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦାଖଲ କରାଯାଇଛି ସମ୍ମାନୀତ କଲେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ନୂଆଦିଲ୍ଲୀ: ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଦୁଇଟି ପ୍ରତିଷ୍ଠିତ ବୌଦ୍ଧିକ ସମ୍ପଦ (ଇଣ୍ଟେଲେକଚୁଆଲ ପ୍ରପର୍ଟି) ପୁରସ୍କାର ହାସଲ କରିଛି। ଗୋଟିଏ...
ବର୍ତ୍ତମାନର ଜିଓ ଉପଭୋକ୍ତା ଏବଂ ନୂତନ ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର ଅଫର ଟିଭି / ମୋବାଇଲରେ ୪କେ ଗୁଣବତ୍ତାରେ ୯୦ ଦିନର ମାଗଣା ଜିଓହଟଷ୍ଟାର ୫୦ ଦିନ ପାଇଁ ମାଗଣା ଜିଓ ଫାଇବର / ଏୟାର ଫାଇବର ଟ୍ରାଏଲ୍ ସଂଯୋଗ ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ଏହାର ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି।...
ଏୟାରଟେଲ୍ ଠାରୁ ତିନି ଗୁଣ ଦ୍ରୁତ ଗତିରେ ନୂତନ ବ୍ରଡ଼ବ୍ୟାଣ୍ଡ ଗ୍ରାହକ ଯୋଡୁଛି ଜିଓ ଜିଓ ଖୁବ୍ ଶୀଘ୍ର ବିଶ୍ୱର ସର୍ବବୃହତ ଏଫଡ଼ବ୍ଲୁଏ ସେବା ପ୍ରଦାନକାରୀ ହେବାକୁ...
ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳରେ ମଧ୍ୟ ହାଇସ୍ପିଡ଼ ଇଣ୍ଟରନେଟ ସଂଯୋଗ ଉପଲବ୍ଧ ହେବ ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଏବଂ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଭାରତରେ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ପାଇଁ...