June 25, 2025

Utkal Sambad

ବାଣିଜ୍ୟ

ଜିଓର ଇନହାଉସ୍ ୫ଜି ପ୍ରଯୁକ୍ତି ବିଶ୍ୱର ସର୍ବୋତ୍ତମ ପ୍ରଯୁକ୍ତି ମଧ୍ୟରୁ ଅନ୍ୟତମ: ଅମ୍ବାନୀ ରିଲାଏନ୍ସ ଏକ ଡିପ୍ ଟେକ ଏବଂ ଆଡ଼ଭାନ୍ସଡ଼ ମାନୁଫାକଚରିଂ କମ୍ପାନୀ ହେବାକୁ ଯାଉଛି ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ରର ଜିଓରେ ବିପୁଳ ନିବେଶ କରିବା ତାଙ୍କ...

1 min read

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଜୟ ଦୁର୍ଗା ଆଗ୍ରୋ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼ ତରଫରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ସମ୍ମିଳନୀରେ...

1 min read

କଟକରେ ଜିଓର ଉତ୍କୃଷ୍ଟ ନେଟୱାର୍କ ପ୍ରଦର୍ଶନ ସହିତ ଟ୍ରାଇର ଏପ୍ରିଲ ୨୦୨୫ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ରେ ଜିଓ ଜାତୀୟ ସ୍ତରରେ ଆଗରେ ରହିଛି ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଏପ୍ରିଲ ୨୦୨୫ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ରିଲାଏନ୍ସ ଜିଓ କଟକ ସହରରେ ବେଶ ପ୍ରଭାବଶାଳୀ ନେଟୱାର୍କ ପ୍ରଦର୍ଶନ କରିଛି। ଟ୍ରାଇର ନିୟମିତ ସେବା ଗୁଣବତ୍ତା ଅଡିଟ୍ ର ଏକ ଅଂଶ ଭାବରେ ଏହି ଡ୍ରାଇଭ୍ ପରୀକ୍ଷଣ ୧୫ ଏପ୍ରିଲରୁ ୧୮ ଏପ୍ରିଲ ୨୦୨୫ ଯାଏଁ ଓଡ଼ିଶା ସେବା କ୍ଷେତ୍ରର କଟକ ସହରରେ କରାଯାଇଥିଲା, ଯେଉଁଥିରେ ମୋଟ ୩୩୧.୪ କିଲୋମିଟର ଡ୍ରାଇଭ୍ ସହିତ ରିଅଲ୍-ଟାଇମ୍ ନେଟୱାର୍କ ପ୍ରଦର୍ଶନ ମୂଲ୍ୟାଙ୍କନ କରାଯାଇଥିଲା। କଟକ ସହରରେ ଡାଟା ସେବା ପାଇଁ କରାଯାଇଥିବା ପରୀକ୍ଷଣରେ, ଜିଓ ଏହାର ନେଟୱାର୍କର ପ୍ରାଧାନ୍ୟ ପ୍ରମାଣିତ କରି ସର୍ବାଧିକ ୨୩୩.୪୬ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ କରିବା ସହିତ ୨୪.୦୪ ଏମବିପିଏସର ଦୃଢ଼ ଅପଲୋଡ୍ ସ୍ପିଡ୍ ପ୍ରଦର୍ଶନ କରିଥିବା ଏହି ରିପୋର୍ଟରୁ ଜଣାପଡିଛି। ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ପ୍ରାୟ ଦୁଇଗୁଣ ରହିଥିଲା। ବ୍ୟସ୍ତବହୁଳ ହଟସ୍ପଟ୍‌ଗୁଡ଼ିକରେ ମଧ୍ୟ, ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୧୦୨.୦୯ ଏମବିପିଏସ ରହିଥିଲା, ଯାହା ଷ୍ଟ୍ରିମିଂ, ଭିଡିଓ କନଫରେନ୍ସିଂ ଏବଂ ରିଅଲ୍-ଟାଇମ୍ ଆପ୍ଲିକେସନ୍ ପାଇଁ ନିରବଛିନ୍ନ ଯୋଗାଯୋଗ ସଂଯୋଗ ସୁନିଶ୍ଚିତ କରିଥିଲା। ଏକ ସମ୍ପୂର୍ଣ୍ଣ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର) ରେ ଜିଓ ୧୦୦ ପ୍ରତିଶତ ସଫଳତା ହାସଲ କରିବା ସହିତ ମାତ୍ର ୦.୭୩ ସେକେଣ୍ଡର କଲ୍ ସେଟଅପ୍ ସମୟ ହାସଲ କରିଥିଲା। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଜିଓ ଶୂନ ପ୍ରତିଶତ କଲ୍ ଡ୍ରପ୍ ହାର ଏବଂ ଶୂନ ପ୍ରତିଶତ କଲ୍ ମ୍ୟୁଟ୍ ହାର ରେକର୍ଡ କରିଛି, ଯାହା ଅତୁଳନୀୟ ନିର୍ଭରଯୋଗ୍ୟତାର ଏକ ଚିହ୍ନ ହେବା ସହିତ ସମସ୍ତ ଅପରେଟରଙ୍କ ମଧ୍ୟରେ ସର୍ବୋତ୍ତମ ରହିଛି। କଟକରେ ଜିଓର ଅଗ୍ରଣୀ ପ୍ରଦର୍ଶନ ଏହାର ବ୍ୟାପକ ଜାତୀୟ ପ୍ରଦର୍ଶନକୁ ପ୍ରତିଫଳିତ କରିଛି। ଭାରତର ସାତଟି ପ୍ରମୁଖ ସହର ଏବଂ ଜାତୀୟ ରାଜପଥ କରିଡରରେ ଏପ୍ରିଲ ୨୦୨୫ରେ ହୋଇଥିବା ପରୀକ୍ଷଣର ଟ୍ରାଇର ରିପୋର୍ଟରେ, ସାତଟି କ୍ଷେତ୍ର ମଧ୍ୟରୁ ପାଞ୍ଚଟିରେ ଜିଓ ଶୀର୍ଷ ମାନ୍ୟତାପ୍ରାପ୍ତ ଅପରେଟର ଭାବରେ ଉଭା ହୋଇଛି। ଏହା ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ଥାନରେ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର), କଲ୍ ସେଟଅପ୍ ସମୟ, ମ୍ୟୁଟ୍ କଲ୍ ରେଟ୍ ଏବଂ ଡାଉନଲୋଡ୍ ସ୍ପିଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡରେ ଶୀର୍ଷ ପ୍ରଦର୍ଶନ କରିଥିଲା। ବିବିଧ କ୍ଷେତ୍ର ଏବଂ ପ୍ରଯୁକ୍ତି ବର୍ଗରେ ଏହାର ସ୍ଥିର ପ୍ରଦର୍ଶନ ସହିତ, ରିଲାଏନ୍ସ ଜିଓ ସ୍ୱର (ଭଏସ) ସ୍ପଷ୍ଟତା, କମ ଲାଟେନ୍ସୀ ଏବଂ ଅଲ୍ଟ୍ରା-ଫାଷ୍ଟ ମୋବାଇଲ୍ ଡାଟା ପାଇଁ ମାନଦଣ୍ଡ ସୃଷ୍ଟି କରିଚାଲିଛି, ଯାହା ଡିଜିଟାଲ୍ ଇଣ୍ଡିଆର ପ୍ରତିଶ୍ରୁତିକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣର ନିକଟତର କରିଛି। ଉଲ୍ଲେଖଯୋଗ୍ୟ ଯେ ଜିଓ ରାଜ୍ୟରେ ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ସହିତ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାୟ ୪୬ ପ୍ରତିଶତ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଉପଭୋକ୍ତା ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ସବସ୍କ୍ରାଇବର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୧ କୋଟିରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩ ଲକ୍ଷରୁ ଅଧିକ ଜିଓଫାଇବର ଉପଭୋକ୍ତା ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଉପଭୋକ୍ତା ରହିଥିବା ବେଳେ ଏହା ସମସ୍ତ ତିନୋଟି କ୍ଷେତ୍ରରେ ସର୍ବାଗ୍ରେ ରହିଛି।

1 min read

୩,୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ ଶ୍ରେଷ୍ଠ ରଜ ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଅନ୍ତୁ ଆକର୍ଷଣୀୟ ପୁରସ୍କାର ଜିତିବା ସୁଯୋଗ ଭୁବନେଶ୍ୱର: ଉତ୍ସବ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ନିମନ୍ତେ ଭାରତର ସର୍ବବୃହତ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ...

1 min read

ସିଡ୍ ସ୍ୱାମୀନାଥନଙ୍କୁ ନୂତନ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଦାୟିତ୍ୱ ମୁମ୍ବାଇ: ଜିଓବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଭାରତରେ ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ କରିବା ପାଇଁ ସେବି ଅନୁମୋଦନ ଲାଭ କରିଛି। ଏହି କମ୍ପାନୀ...

ଜିଓର ଓଡ଼ିଶାରେ ୪୫.୯ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି ଓଡ଼ିଶାରେ ୩ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ (ଗୃହ ମନୋରଞ୍ଜନ), ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଭୋଗ କରୁଛନ୍ତି ଭୁବନେଶ୍ୱର: ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ୨୦୨୫ ଏପ୍ରିଲ ମାସରେ ଓଡ଼ିଶାରେ ସର୍ବାଧିକ ୧.୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ (ୱେୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ) ଗ୍ରାହକ ଯୋଡିଛି। ଆଜି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଏହା ଜଣାପଡିଛି। ଏହି ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧.୫୩ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୩୦୦୦୦ ରୁ ଅଧିକ ନୂତନ ଜିଓଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏଥିସହିତ, ଜିଓ ଓଡ଼ିଶାରେ ୪୫.୯ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିବା ସହିତ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୬୧ କୋଟିରେ ପହଞ୍ଚିଛି। ଟ୍ରାଇ ତଥ୍ୟ ଅନୁଯାୟୀ ଏପ୍ରିଲ ମାସରେ ଓଡ଼ିଶାରେ ପ୍ରାୟ ୧.୫୫ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡି ହେବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ୩.୫ କୋଟି ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, ଅନ୍ୟ ଅପରେଟରମାନଙ୍କ ମଧ୍ୟରେ ଏପ୍ରିଲ ମାସରେ ଓଡ଼ିଶାରେ ଭୋଡାଫୋନ ଆଇଡ଼ିଆ ମାତ୍ର ୬୬୫୯ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବା ବେଳେ ଏହା ପଛରେ ରହିଥିବା ଏୟାରଟେଲ୍ ମାତ୍ର ୩୮୩୯ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି ଏବଂ ବିଏସଏନଏଲ ଏହି ମାସରେ ରାଜ୍ୟରେ ୮୦୧୧ ମୋବାଇଲ୍ ଗ୍ରାହକ ହରାଇଛି। ସେହିପରି, ଓଡ଼ିଶାରେ ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଆହୁରି ସୁଦୃଢ଼​​କରି, ଜିଓ ୨୦୨୫ ଏପ୍ରିଲ ମାସରେ ରାଜ୍ୟରେ ସର୍ବାଧିକ ୩୦୦୦୦ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଛି। ତଥ୍ୟ ଅନୁଯାୟୀ, ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓଫାଇବର ଗ୍ରାହକଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଥିବାବେଳେ ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୧.୬୭ ଲକ୍ଷରୁ ଅଧିକ ହୋଇଛି। ଜିଓର ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ୫ଜି ଏଫଡବ୍ଲୁଏ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଛି। ଜିଓ ଓଡ଼ିଶାରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ବଳରେ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରହିଆସିଛି ଏବଂ ଓଡିଶାରେ ଏହାର ସର୍ବାଧିକ ୪୫.୯ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ସହିତ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି। ଜାତୀୟ ସ୍ତରରେ, ଜିଓ ଏପ୍ରିଲ ୨୦୨୫ ରେ ସର୍ବାଧିକ ୨୬ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିବା ସହିତ ୱାୟାରଲେସ୍ ବ୍ୟବସାୟ କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହୋଇଛି। ଜିଓ ଏହି ମାସରେ ଯୋଡିଥିବା ନୂତନ ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ୧୩ ଗୁଣ ଅଧିକ ରହିଛି। ଏପ୍ରିଲ ୨୦୨୫ ରେ ସକ୍ରିୟ ଉପଭୋକ୍ତା ଯୋଡିଥିବା ଏକମାତ୍ର ଅପରେଟର ଭାବରେ ଜିଓ ଏହି ମାସରେ ଦେଶରେ ୫୫ ଲକ୍ଷରୁ ଅଧିକ ନୂତନ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡିଛି। ଏହା ଲଗାତାର ଦ୍ୱିତୀୟ ମାସ ପାଇଁ ୫ ନିୟୁତରୁ ଅଧିକ ସକ୍ରିୟ ମୋବାଇଲ୍ ଉପଭୋକ୍ତା ଯୋଡିଛି। ଏପ୍ରିଲ ୨୦୨୫ ରେ ପ୍ରାୟ ୯.୧୦ ଲକ୍ଷ ନୂତନ ହୋମ ବ୍ରଡବ୍ୟାଣ୍ଡ (ୱେୟାରଲାଇନ୍ ଓ ଏଫଡବ୍ଲୁଏ) ଗ୍ରାହକ ଯୋଡିଥିବା ଜିଓ ପାଇଁ ଆଉ ଏକ ରେକର୍ଡ ମାସ ହୋଇଛି, ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ଚାରି ଗୁଣ ଅଧିକ ରହିଛି। ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଜିଓ ଦେଶରେ ୮୨ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୬.୧୪ ନିୟୁତ ଗ୍ରାହକଙ୍କ ସହିତ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ଼ କରିଛି।

1 min read

୨୫ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ ଏହି ବର୍ଷ ଉତ୍ତରପୂର୍ବରେ ଏକ କୋଟି ଲୋକ ଜିଓ ୫ଜି ନେଟୱାର୍କ ସହିତ ସଂଯୁକ୍ତ ହେବେ ରିଲାଏନ୍ସ ୩୫୦ ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବ ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କମ୍ପାନୀର ପୁଞ୍ଜିନିବେଶକୁ ୭୫ ହଜାର କୋଟି ଟଙ୍କାକୁ...

1 min read

ଭାରତରେ ୫୫ ଲକ୍ଷରୁ ଅଧିକ ଜିଓ ୫ଜି ଏଫଡବ୍ଲୁଏ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୪୪% ଗ୍ରାମାଞ୍ଚଳରୁ ଆସିଛନ୍ତି: ଟ୍ରାଇ ତଥ୍ୟ ଜିଓ ହେଉଛି ଏକମାତ୍ର ଟେଲିକମ ଅପରେଟର ଯାହା ଗ୍ରାମାଞ୍ଚଳରେ ୫ଜି ଏଫଡବ୍ଲୁଏ ସେବା 'ଜିଓଏୟାରଫାଇବର' ପ୍ରଦାନ କରୁଛି ଭୁବନେଶ୍ୱର: ଭାରତର ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ଦୀର୍ଘ ଦିନରୁ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟର ଲାଭରୁ ବଞ୍ଚିତ ରହିଛନ୍ତି। ତେବେ ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ...