October 11, 2025

Utkal Sambad

C3 ଅନୁଷ୍ଠାନ ଦ୍ୱାରା ଏକ୍ସପୋଜର ଭିଜିଟ୍

ନୟାଗଡ -ଦଶପଲ୍ଲା -(ମନୋରଞ୍ଜନ ମଳିକ )-ଆଜି ଦଶପଲ୍ଲା ବ୍ଲକ୍‌ର ତେଣ୍ଡାବାଡି ଗ୍ରାମ ପଞ୍ଚାୟତର ୨୦ ଜଣ କିଶୋରୀ ବାଳିକାଙ୍କୁ ନେଇ C3 ଅନୁଷ୍ଠାନ ଦ୍ୱାରା ଏକ ଏକ୍ସପୋଜର ଭିଜିଟ୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଦଶପଲ୍ଲା ବ୍ଲକ୍ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ICDS) କାର୍ଯ୍ୟାଳୟ, ମିଶନ ଶକ୍ତି କାର୍ଯ୍ୟାଳୟ, ଦଶପଲ୍ଲା ଆଇ.ଟି.ଆଇ. ଏବଂ ଛତୁଆ ଉତ୍ପାଦନ କେନ୍ଦ୍ର ବୁଲି ପରିଦର୍ଶନ କରିଥିଲେ। ପ୍ରଥମେ ଦଶପଲ୍ଲା ବି.ଇ.ଓ. ଶ୍ରୀଯୁକ୍ତ ଭକ୍ତି ବିନୋଦ ସାଲ ଛାତ୍ରୀମାନଙ୍କୁ ପାଠ ପଢି ଭବିଷ୍ୟତ ରେ କରିବାକୁ ଥିବା ବିଭିନ୍ନ ସରକାରୀ ଚାକିରି ଓ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗ ର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଏହାପରେ ଦଶପଲ୍ଲା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସଞ୍ଜୁକ୍ତା ସାମଲ ଛାତ୍ରୀ ମାନଙ୍କୁ ଶିଶୁ ଅଧିକାର ଓ ସୁରକ୍ଷା ସହ କିଶୋରୀ ବାଳିକା ମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଦଶପଲ୍ଲା ସାମନ୍ତ ଚନ୍ଦ୍ର ଶେଖର ଆଇ.ଟି.ଆଇ. ର ଶିକ୍ଷକ ଛାତ୍ରୀ ମାନଙ୍କୁ ଶିଳ୍ପ କାରଖାନା ରେ ଲାଗୁଥିବା ଯନ୍ତ୍ର ଓ ଏହାକୁ ପରିଚାଳନା କରିବା ଦକ୍ଷତା ସମ୍ବନ୍ଧରେ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ। ପରିଶେଷ ରେ ଛତୁଆ ଉତ୍ପାଦନ କେନ୍ଦ୍ରର ପରିଚାଳକ ଛାତ୍ରୀ ମାନଙ୍କୁ ପରିଭ୍ରମଣ କରାଇ ଏହି ଉତ୍ପାଦନ କେନ୍ଦ୍ର ର ପ୍ରତ୍ୟେକ ଯନ୍ତ୍ର ଓ ଏହାର କାର୍ଯ୍ୟ ସମ୍ବନ୍ଧ ରେ ଅଧିକ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ C3 ଅନୁଷ୍ଠାନର ଜାତୀୟ ପ୍ରକଳ୍ପ ଅଧିକାରୀ ସୁମିତି ବିଦାଲ ଏବଂ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ହିମାଂଶୁ ସିଂ ମହୋଦୟ ଯୋଗ ଦେଇଥିଲେ,ଏହି କାର୍ଯ୍ୟକ୍ରମ ଟିକୁ ଦଶପଲ୍ଲା C3 ବ୍ଲକ୍ ସଂଯୋଜକ ଶ୍ରୀମାନ ଶୁଭାଶିଷ ମିଶ୍ର ସୁପରିଚାଳନା କରିଥିଲେ। ଏହି ସାମାଜିକ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଏହାର ଜନସେବା ବିଷୟରେ ସଚେତନ କରାଇବା ସହ ନିଜେ ସ୍ବାବଲମ୍ବୀ ହେବାପାଇଁ ପ୍ରେରଣା ଯୋଗାଇ କରିଥିଲା।