March 18, 2026

Utkal Sambad

ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ  ସୁଡ଼ଙ୍ଗ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ। ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ ବୋଲି ସୋମବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସେ ନେଇ ସର୍ଭେ ହେବ। ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୧୯୭୮ ମସିହା ଡାଟାବେସ ଅନୁଯାୟୀ ଅଳଙ୍କାର ମେଳ କରାଯିବ। ପୂର୍ବରୁ ତ୍ନଭଣ୍ଡାର ଭିତରେ ଏକ ସୁଡ଼ଙ୍ଗ ରହିଛି ବୋଲି କୁହାଯାଉଥିଲା