March 18, 2026

Utkal Sambad

ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ ହେବ: ଅବକାରୀ ମନ୍ତ୍ରୀ

ଭୁବନେଶ୍ବର: ଚିକିଟି ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।  ମୁଲତବି ପ୍ରସ୍ତାବ ଆଲୋଚନାବେଳେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି। ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ। ନିର୍ଦ୍ଧିଷ୍ଟ ଦୂରତାରେ ମଦ ଦୋକାନ ରହିବ। ଏକ ବର୍ଷ ମଧ୍ୟରେ ଚୋରା ମଦ ନେଟୱର୍କ ବନ୍ଦ କରାଯିବ। ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଙ୍ଗାଯିବ। ଚିକିଟି ମୃତକ ତଥ୍ୟ ଲୁଚା ଯାଇନାହିଁ। ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସାର୍ବଜନୀନ ହେବ। ବେଆଇଆନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ ଭଙ୍ଗାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ତେବେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରେ ଆସନ୍ତୁଷ୍ଟ ହୋଇ ବିଜେଡି ଓ କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ।