March 18, 2026

Utkal Sambad

ରାଜ୍ୟରେ ଆଳୁ ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ନାଗରିକ ସୁରକ୍ଷା ମଞ୍ଚ

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନାଗରିକ ସୁରକ୍ଷା ମଞ୍ଚର ୨୪ ଘଣ୍ଟିଆ କଣ୍ଟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଳୁ ସମସ୍ୟା ନ ତୁଟିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଲା ନାଗରିକ ସୁରକ୍ଷା ମଞ୍ଚ। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ମାସେ ହେଲାଣି ଏ ସରକାର ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ଶହେ ଟଙ୍କାରେ ତିନି କିଲୋ ଆଳୁ ଗୋଟିଏ ଦିନ ଦେଇ ରହିଗଲେ। ଗରିବ ଭାଇ ମାନେ ପଖାଳ ଭାତ ଆଳୁ ଶିଝା ଖାଇ କାମକୁ ଯାଆନ୍ତି। ଏବେର ସରକାର ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି। ଦିନେ ଅଧେ ଆଳୁ ଦେଇ ଅଫିସର ମାନେ ଫଟୋ ଉଠାଉଥିଲେ। ଏବେ ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ ସଭାପତି କୃଷ୍ଣଚନ୍ଦ୍ର ପତି।