ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ଦେବଦେବୀଙ୍କୁ ସମର୍ପିତ। ଏହି କ୍ରମରେ ମଙ୍ଗଳବାର ହେଉଛି ହନୁମାନଙ୍କ ଦିନ। ହନୁମାନଙ୍କୁ ସ୍ମରଣ କରି ମଙ୍ଗଳବାର ଯଦି କିଛି ଉପାୟ କରାଯାଏ, ତେବେ ଋଣ ବୋଝରୁ ମୁକ୍ତି ମିଳିଥାଏ।
- କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦାନ କରିବା ଦରକାର। ମଙ୍ଗଳବାର ଦିନ ଧନ, ଅନ୍ନ, ବସ୍ତ୍ର ଆଦି ଦାନ କରିବା ଦ୍ବାରା ଋଣରୁ ଶୀଘ୍ର ମୁକ୍ତି ମିଳିଥାଏ। ତେବେ ଦାନ କରିବା ସମୟରେ ହନୁମାନଙ୍କୁ ଅବଶ୍ୟ ସ୍ମରଣ କରିବା ଉଚିତ।
- ମଙ୍ଗଳବାର ଦିନ ହନୁମାନଙ୍କ ସାମ୍ନାରେ ବସି ତାଙ୍କର ଧ୍ୟାନ କରି ହନୁମାନ ସ୍ତୋତ୍ର ପାଠ କରିବା ଦରକାର।
- ମଙ୍ଗଳବାରରେ ହନୁମାନଙ୍କୁ ୧୧ଟି ଅଶ୍ବତ୍ଥ ପତ୍ରରେ ଶ୍ରୀରାମ ଲେଖି ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଋଣ ଭାର କମ୍ ହୁଏ।
- ଏହିଦିନ ଲକ୍ଷ୍ମୀପୂଜା କଲେ ବି କରଜରୁ ମୁକ୍ତି ମିଳିଥାଏ। ଏହା ସହ ଧନ ବି ବୃଦ୍ଧି ହୁଏ।
- ସେହିପରି କରଜରୁ ମୁକ୍ତି ପାଇଁ ମଙ୍ଗଳବାରରେ ‘ଓଁ ହନୁମତେ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହା ଦ୍ବାରା ଧନ ଅଭାବ ରହେ ନାହିଁ ଏବଂ ଲକ୍ଷ୍ମୀ ବାସ କରନ୍ତି।
More Stories
ଶ୍ରାବଣ ମାସର ଚତୁର୍ଥ ସୋମବାର: ଶୈବ ପୀଠରେ କାଉଡିଆଙ୍କ ସମାଗମ
ଚାଣକ୍ୟ ନୀତି: ୫ କଥାରେ ଦୂର ହେବ ବଡ଼ ସମସ୍ୟା
ଶ୍ରାବଣ ସୋମବାରରେ ମହାଦେବ ପୂଜା, ଜାଣନ୍ତୁ ପୂଜାବିଧି