June 27, 2025

Utkal Sambad

ଭାଜପାକୁ ବଡ଼ ଝଟ୍‌କା, ହାତ ଛାଡିଲେ ୪ ବିଧାୟକ

ଚଣ୍ଡିଗଡ: ଅକ୍ଟୋବର ପହିଲାରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ୯୦ ଆସନରେ ମତଦାନ ହେବାକୁ ଯାଉଛି । ସେହିପରି ଅକ୍ଟୋବର ୪ରେ ରେଜଲ୍ଟ ପ୍ରକାଶ ପାଇବ । ତେବେ ଏହାରି ଭିତରେ ହରିୟାଣାରେ ନିର୍ବାଚନ ହେବା ନେଇ ବିଗୁଲ ବାଜି ସାରିଥିବାବେଳେ କ୍ଷମତାସୀନ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଗତ ୨ ଦିନ ମଧ୍ୟରେ ୪ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ଈଶ୍ବର ସିଂହ, ଦେବେନ୍ଦ୍ର ବବଲୀ , ଅନୁପଧାନକ ଏବଂ ରାମ କରଣ କଲା ପାର୍ଟି ଛାଡ଼ିଛନ୍ତି । ଏନେଇ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏପଟେ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ରାଜନେତାଙ୍କ ମଧ୍ୟରେ ଇସ୍ତଫା ଦେବା ଆରମ୍ଭ ହୋଇଯାଇଛି । ହରିୟାଣାରେ ଏବେ ମେଣ୍ଟ ସରକାର ରହିଛି। ଭାଜପା ସହ ଜେଜେପି ଓ ୭ଟି ସ୍ବାଧୀନ ବିଧାୟକଙ୍କୁ ନେଇ ଏଠାରେ ସରକାର ଗଠନ ହୋଇଛି।