March 17, 2026

Utkal Sambad

BSNLକୁ ଟକ୍କର ଦେବ ଜିଓ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍‌ ଆଣିଛି। ୪୮ କୋଟିରୁ ଅଧିକ ଲୋକ ଜିଓ ସିମ୍‌ର ବ୍ୟବହାର କରୁଛନ୍ତି। କମ୍ପାନୀ ଯେବେଠାରୁ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କଲାଣି ସେବେଠାରୁ ଲୋକେ ଶସ୍ତା ପ୍ଲାନ୍‌ ଖୋଜୁଛନ୍ତି । ଏଥିପାଇଁ ଲୋକେ ଏବେ ବିଏସ୍‌ଏନ୍‌ଏଲ୍‌ ମୁହାଁ ହେଉଛନ୍ତି। ଜିଓରୁ ବିଏସ୍‌ଏନ୍‌ଏଲ୍‌କୁ ସିମ୍‌ ପରିବର୍ତ୍ତନ କରୁଛନ୍ତି । ଏହାରି ମଧ୍ୟରେ ଜିଓ ଏହାର କୋଟିକୋଟି ଗ୍ରାହକଙ୍କ ପାଇଁ ବଡ଼ ଅଫର ସହିତ ଶସ୍ତା ରିଚାର୍ଜ ପ୍ଲାନ୍‌ ଆଣିବାକୁ ଯାଉଛି।