March 18, 2026

Utkal Sambad

ସୁଭଦ୍ରା ଯୋଜନା ନେଇ ମହିଳାଙ୍କୁ ଭ୍ରମିତ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ନେଇ ମହିଳାଙ୍କୁ ଭ୍ରମିତ କରନ୍ତୁ ନାହିଁ। ଏସଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ, କେହି ଭ୍ରମିତ ହୁଅନ୍ତୁନି । ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସଓପି ସାର୍ବଜନୀନ ହେବ। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବ। ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି। ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି। ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ ହେବ। ୧୪ ତାରିଖ ସୁଦ୍ଧା ଜିଲାପାଳମାନଙ୍କଠାରୁ ଫିଡ୍ବ୍ୟାକ ରିପୋର୍ଟ ଆସିବ। ଲୋକଙ୍କ ମତ ପରେ ଏସଓପିରେ ସଂଶୋଧନ ହୋଇ ସାର୍ବଜନୀନ ହେବ। ତେବେ ଏହି ଯୋଜନା ପାଇଁ କେବେଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ଏଯାଏ କୌଣସି ସୂଚଦା ମିଳିପାରିନାହିଁ।