March 18, 2026

Utkal Sambad

ଡିଜେଲରେ ଇଥାନଲ ମିଶାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ ପରେ ଏବେ ଡିଜେଲରେ ଇଥାନଲ ମିଶ୍ରଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ସରକାର ଏଥିପାଇଁ ଏକ ନୂତନ ଯୋଜନାର ମୂଲ୍ୟାଙ୍କନ କରୁଛନ୍ତି, ଯାହା କାର୍ଯ୍ୟକାରୀ ହେବା ପରେ ପେଟ୍ରୋଲ ପରି ଡିଜେଲରେ ଇଥାନଲକୁ ମିଶ୍ରଣ କରିବା ସମ୍ଭବ ହେବ।  ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାର ଲକ୍ଷ୍ୟ ହାସଲ କରିବା ଦିଗରେ ସରକାର ସଫଳତାର ନିକଟତର ହେଉଥିବା ବେଳେ ଡିଜେଲରେ ମଧ୍ୟ ଇଥାନଲ ମିଶ୍ରଣ କରିବାକୁ ଚାହୁଁଛନ୍ତି। ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ହାସଲ ହେବ ବୋଲି ଆଶା କରାଯାଉଛି।