March 18, 2026

Utkal Sambad

୧୨ ନଂ ୱାର୍ଡରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୧୨ ନଂ ୱାର୍ଡରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ପ୍ରେସ୍ ଛକ କାଳୀ ମନ୍ଦିର ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ରାମ୍ ଧୁନ୍ ଓ ଦେଶାତ୍ମବୋଧକ ନାରାରେ କଲୋନୀ ପରିକ୍ରମା କରି ୱାର୍ଡ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ, ବିଶିଷ୍ଟ ଅତିଥି ଉତ୍ତର ଜୋନର ଡେପୁଟି କମିଶନର ଶଶୀ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱାଧୀନତାର ୭୫ ବର୍ଷ ପରେ ରଷ୍ଟ୍ର ଭକ୍ତି, ଜାତୀୟତାବାଦ, ରଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ସହିତ ଘରେ ଘରେ ତ୍ରିରଙ୍ଗା ଉଡାରବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଦେଶପ୍ରେମ ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୱାର୍ଡର ଅନନ୍ୟ ପ୍ରତିଭାବନ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।