March 18, 2026

Utkal Sambad

ଜେଲରୁ ବାହାରିଲେ ସିସୋଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଛି। ଶୁକ୍ରବାର (ଅଗଷ୍ଟ ୯) ସୁପ୍ରିମକୋର୍ଟ ସିସୋଡିଆଙ୍କୁ ଦୁର୍ନୀତି ଏବଂ ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ସେ ସିଧା ଜେଲରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିବେ। ଏଏପି ନେତା ମନୀଷ ସିସୋଡିଆଙ୍କ ଓକିଲ ଦିଲ୍ଲୀ କୋର୍ଟରେ ଜାମିନ ବଣ୍ଡ ପୂରଣ କରିଥିଲେ ଏବଂ ପରେ ସେ ଜାମିନରେ ବାହାରକୁ ଆସିଥିଲେ। ତାଙ୍କୁ ଗତ ୧୭ମାସ ଧରି ତିହାର ଜେଲରେ ରଖାଯାଇଥିଲା।