June 26, 2025

Utkal Sambad

ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ନବୀନ

ଭୁବନେଶ୍ୱର :ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେଯେ ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇଅଆସିଛନ୍ତି ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନକଟରେ ଋଣୀ ।  ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖ‍ିବା ପାଇଁ ଶ୍ରୀ ପଟ୍ଟନାୟକ ପରମର୍ଶ ଦେଇଥିଲେ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେବୋଲି ସୁଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ସହ ଦଳ ର ଛାତ୍ର ଯୁବ ମହିଳା ଆଦି ଛାମୁଆ ସଂଗଠନ କୁ ଗଠନ କରିବା ଓ ଅକଟୋବର ଦୁଇ ତାରିଖରୁ ମାସ ବ୍ୟାପୀ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।