March 18, 2026

Utkal Sambad

ମା’ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର “କେମିତି ପ୍ରେମ”ର ଟ୍ରେଲର ରିଲିଜ୍

ଭୁବନେଶ୍ବର:  ମାଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ପ୍ରଥମ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଓଡିଶା ମାଟିର ଗୌରବ ସମ୍ମାନ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ମାଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ମ୍ୟାନେଜିଂ ଡାଇରେକ୍ଟର ସ୍ମିତା ପାଣିଗ୍ରାହୀପ୍ରଯୋଜକ ଧିରେନ ତ୍ରିପାଠୀକାର୍ଯ୍ୟକାରୀ ପ୍ରଯୋଜକ ଲଲାଟେନ୍ଦୁ ଜେନାଙ୍କ ସହିତ ନନ୍ଦନ ଇଣ୍ଟରନେସନାଲର ଶିବରାମ ସାହୁପ୍ରଣୟ ଜେଠୀସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରପ୍ରଯୋଜକ ପ୍ରୀତମନିର୍ଦ୍ଦେଶକ ତାପସ ସରଘରିଆରମେଶ ରାଉତ ଏବଂ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅନୁରାଗ ମିଶ୍ରନିରଞ୍ଜନ ପାଣିଗ୍ରାହୀ ଉତ୍ସବରେ ମା ଧନଲକ୍ଷ୍ମୀ ପ୍ରଡ଼କସନ୍ସ ବିଷୟରେ ମନ୍ତବ୍ୟ ଦେଇଥିଲେ l ଆଜି ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ତରଫରୁ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ତାସହିତ ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ର ଦ୍ଵିତୀୟ ଅବଦାନ “କେମିତି ପ୍ରେମ” ର ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଭୂମିକାରେ ଧିରେନରାକେଶପ୍ରିୟଙ୍କା ସାହୁ ଓ ପ୍ରିୟଙ୍କା ପାଣିଗ୍ରାହୀ ଅଭିନେତ୍ରୀ ସହ ଗୁଡ୍ଡୁଲଲାଟସୁଶାନ୍ତଶୁଶୁ କମେଡିନ୍ ଆଉ ମୁଖ୍ୟ ଭିଲିଆନ ରମେଶ ନାୟକ (ରାବଣ) ଅଭିନୟ କରିଛନ୍ତି ଏହାର ପ୍ରଯୋଜନା କରିଛନ୍ତି ଧିରେନ ତ୍ରିପାଠୀନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାଳୀ ପ୍ରସାଦ ପଣ୍ଡା ଗୀତ ଗୁଡିକ ଗାଇଛନ୍ତି ସ୍ୱୟଂ ପାଢ଼ୀବିଷ୍ଣୁ ମୋହନ କବିତାରିକ ଅଜିଜଅନ୍ତରା ଚକ୍ରବର୍ତ୍ତୀଅର୍ପିତା ପଣ୍ଡା l