March 18, 2026

Utkal Sambad

ପୋଲlଭରମ ପ୍ରକଳ୍ପ: ଜିଲ୍ଲାପାଳଙ୍କ ସହ ୫ଜଣିଆ ପ୍ରତିନିଧି ଦଳର ଆଲୋଚନା

ମାଲକାନଗିରି: ଆମ ଜନତା ଅଧିକାର ଫୋରମ ପକ୍ଷରୁ ଆୟୋଜିତ ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାଇ ଆଜି ପୋଲାଭରମ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ଦଳ ମାଲକାନଗିରିରେ ପହଂଚି ଜିଲ୍ଲାପାଳ ଶ୍ରୀ ସଚିନ ପାୱାରଙ୍କ ସହିତ ଆଲୋଚନା କରିଛନ୍ତି l ଏହି ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟକାରୀ ହେଲେ ଓଡିଶାର ମାଲକାନଗିରି ଜିଲ୍ଲାର ମୋଟୁ ବ୍ଲକର ୯ଟି ପଞ୍ଚାୟତ ବ୍ୟାକ ୱାଟର ରେ ଜଳମଗ୍ନ ହେବା ସହିତ ମୋଟୁଗାଁ, ବାରିବନ୍ଥ, ବିନାୟକୁର, ଅଳିମା, ମୂଳରୀଗୁଡା,ମାଡିଗୁବୁର, କଡାଗୁଜ,ପେଚl, ଗୋରାଶପଲ୍ଲୀ ଆଦି ଗାଁ ସବୁଦିନ ପାଇଁ ବିଲୋପ ହୋଇଯିବl ର ସମ୍ଭାବନା ରହିଛି l ୬ହଜାର ଆଦିବାସୀ ଏହା ଦ୍ଵାରା ସମ୍ପୂର୍ଣ ବିସ୍ଥାପିତ ହେବେ l ପ୍ରାୟ ୭ହାଜର ହେକ୍ଟର ଜମି ଜଳମଗ୍ନ ହୋଇଯିବ l ତେଣୁ ଓଡିଶାର କେମିତି କମ କ୍ଷତିଗ୍ରସ୍ତ ହେବ ଏବଂ ପ୍ଲାବିତ ଅଂଚଳ ରେ କେମିତି ପୁନଃରୁଦ୍ଧାର ଓ ବିସ୍ଥାପିତ ଲୋକଙ୍କୁ କିଭଳି ଥଇଥାନ ହେବ ସେଥିପାଇଁ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ l