କାଳିମେଳା: ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରିଛି ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ଅନୁସନ୍ଧାନ ଟିମ। ଏହି ଟିମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱରେ ମୋଟୁ ତହସିଲର ମୋଟୁ, ବିନାୟକପୁର, ଆଲମା, ମୋଟୁର ସଙ୍ଗମସ୍ଥଳ ମୁଗୀ ପଏଣ୍ଟ ଓ ଛତିଶଗଡ଼ ଦ୍ୱାରା ନିର୍ମିତ ସାବେରୀ ସେତୁ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। କୌଣସି କ୍ଷୟ କ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ମୋଟୁର ତଳୁଆ ଅଂଚଳରେ ଥିବା ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଓ ଚାଷ ଜମି ବୁଡିଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ