ଭୁବନେଶ୍ୱର: ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏର ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । କଂଗ୍ରେସ ସବୁବେଳେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ବିରୋଧୀ । ସ୍ୱାଧୀନତାର ୭୮ ବର୍ଷେ ପରେ ବି ରାୟାଗଡ଼ା ଜିଲ୍ଲା ବିକାଶ ଧାରାରେ ସାମିଲ ହୋଇପାରି ନ ଥିଲା । ଏଭଳି ଅବହେଳିତ ଜିଲ୍ଲାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ବିଜେପିର ଅନ୍ୟ ନାମ ହେଉଛି ବିକାଶ । ଏଥିଯୋଗୁ ଲୋକେ ଅନ୍ୟ ରାଜନୈତିକ ଦଳ ପରତ୍ୟାଗ କରି ବିଜେପି ମୁହାଁ ହେବାରେ ଲାଗିଛନ୍ତି । ବିଜେପିର ବିଚାରଧାରାରେ ଅନୁପ୍ର।।ଣିତ ହୋଇ ଓ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ଓ ବିଜେଡି ସମର୍ଥିତ ସରପଂଚ ଏବଂ ସମିତି ସଭ୍ୟ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଆଜିର ମିଶ୍ରଣ ଦ୍ୱାରା ରାୟଗଡ଼ା ଜିଲ୍ଲାରେ ଦଳର ସଂଗଠନ ଆହୁରି ଶକ୍ତିଶାଳୀ ହୋଇପାରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠି ମିଶ୍ରଣ ପର୍ବର୍ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

More Stories
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ
ଖଣି ପାଇଁ କମୁଛି ଭୂତଳ ଜଳସ୍ତର