ଗଣିଆ -(ମନୋରଞ୍ଜନ ମଳିକ )- ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା 8/7/2025ରିଖ ମଙ୍ଗଳବାର ଦିନ 7ଦଫା ଦାବୀ ନେଇ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ଜଣାପଡିଛି, ସୂଚନା ଅନୁସାରେ ରାଜ୍ୟ ସରକାର ଜନସାଧାରଣ ଲୋକ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଘ କୁ ସୁବିଧା ସୁଯୋଗ ଯୋଗାଇ ଦେବା କଥା କିନ୍ତୁ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ସରକାର କୁ ବିଭିନ୍ନ ସମସ୍ୟା ଉପରେ ବାରମ୍ବାର ଦାବୀ ପତ୍ର ଦେଇ ଥିଲେ ମଧ୍ୟ ଗୋଟିଏ ଦାବୀ ପୂରଣ କରିଥିଲେ, ହେଲେ ଡ୍ରାଇଭର ସମାଜ ପାଇ ଯଥେଷ୍ଟ ନୁହେଁ, ଆହୁରି 7ଗୋଟି ସମସ୍ୟା ସମାଧାନ ହୋଇ ପାରୁନି, ସରକାର ଡ୍ରାଇଭର ଙ୍କର କୌଣସି ଦାବିପତ୍ର ଉପରେ କର୍ଣ୍ଣପାତ କରୁନାହାନ୍ତି, ଯାହା ଫଳରେ ଡ୍ରାଇଭର ସଙ୍ଘ ବାଧ୍ୟ ହୋଇ 29/3/2025ରିଖ ଠାରୁ 6ଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଭାବେ ଧାରଣା ଦେଇ ଥିଲେ, ତଥାପି କୌଣସି ସମସ୍ୟା ହେଲା ନାହିଁ, ଯାହା ଫଳରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ତା -8/7/25ରିଖ ମଙ୍ଗଳବାର ଦିନ ଠାରୁ ସମୂହ ଡ୍ରାଇଭର ଭାଇ ମାନେ ଗାଡି ଚଳେଇବେ ନାହିଁ କି ଷ୍ଟେରିଙ୍ଗି ଧରିବେ ନାହିଁ ବୋଲି ଜଣାପଡିଛି,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ