March 16, 2026

Utkal Sambad

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ମାତ୍ର ୫୦୦ ଟଙ୍କାରେ ଦେବେ ଗ୍ୟାସ୍‌ ସିଲିଣ୍ଡର

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ତିଜ୍‌ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨ ଲକ୍ଷ ହିତାଧିକାରୀ ଭଉଣୀ ବର୍ତ୍ତମାନ ମାତ୍ର ୫୦୦ ଟଙ୍କା ପାଇଁ ଗ୍ୟାସ ସିଲିଣ୍ଡର ପାଇବେ। ୪୬ ଲକ୍ଷ ପରିବାର ଯାହାଙ୍କ ଆୟ ୧.୮୦ ଲକ୍ଷରୁ କମ, ସେମାନେ ଏହି ସୁବିଧା ପାଇବେ। ସଇନି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତ୍ୟେକ ପରିବାରକୁ ଗ୍ୟାସ ସଂଯୋଗ ଯୋଗାଇବା ପାଇଁ କାର୍ଯ୍ୟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରତ୍ୟେକ ଘରକୁ ଗ୍ୟାସ ସଂଯୋଗ ଯୋଗାଇବା ପାଇଁ ବ୍ୟବସ୍ଥା କରିଥିଲେ।