March 18, 2026

Utkal Sambad

ବଡ଼ସିଲିଙ୍ଗା ଗ୍ରାମପଂଚାୟତ ରେ ବଜ୍ରଘାତ ରେ ଜଣେ ମୁର୍ତ ଆଉ ଜଣେ ଗୁରୁତର

ଗଣିଆ-(ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଂଚାୟତ ର ବଡ଼ସିଲିଙ୍ଗା ଗ୍ରାମରେ ଶୁକ୍ରବାର ଦିନ ବଜ୍ର ଘାତ ରେ ଜଣଙ୍କର ମୂର୍ତଁ ଘଟିଥିବା ବେଳେ ଆଉ ଜଣକର ଅବସ୍ଥା ଗୁରୁତ୍ୱ ରହିଛି, ମୁର୍ତ ବ୍ୟକ୍ତି ଜଣକ ହେଲେ ଅଖି ନ୍ଦର ଯାନୀ (25)ଓ ଗୁରୁତର ଜଣକ ହେଲା ପଙ୍କଜ ମାଝୀ (25)ବୋଲି ଜଣାପଡିଛି, ଏହି ଦୁଇ ଜଣକୁ ଦଶପଲ୍ଲା ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଥିବା ବେଳେ ଡାକ୍ତର ଅଖିନ୍ଦର କୁ ମୁତ ଘୋଷଣା କରିଥିଲେ, ସୂଚନା ମୁତାବକ ଶୁକ୍ରବାର ଦିନ ଅପରାହ୍ନ ସମୟରେ ଦୁଇ ଜଣ ଯାକ ଛେଳି ଚରାଇ ବାକୁ ଯାଇ ଥିଲେ,ବର୍ଷା ସହିତ ଘଡଘଡି ହେବାରୁ ସେ ଦୁଇ ଜଣ ଯାକ ଗୋଟିଏ ଜାଗାରେ ବସିଥିଲେ, ସେହି ସମୟରେ ବଜ୍ରପାତ ହୋଇ ଥିଲା, ଏଥିରେ ଦୁଇ ଜଣ ଯାକ ଆହତ ହୋଇ ଥିଲେ, ସ୍ଥାନୀୟ ଲୋକ ମାନଙ୍କ ସହାୟତା ରେ ପରିବାର ର ଅନ୍ୟ ସଦସ୍ୟ ମାନେ ମିଶି ଦଶପଲ୍ଲା ଡାକ୍ତରଖାନା କୁ ନେଇ ଥିଲେ,ଡାକ୍ତର ଅଖିନ୍ଦର କୁ ଡାକ୍ତର ମୁତ ଘୋଷଣା କରିଥିବା ବେଳେ ପଙ୍କଜ ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାକୁ ନୟାଗଡ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନା ନ୍ତରିତ କରିଥିଲେ, ଖବର ପାଇ ଦଶପଲ୍ଲା ପୋଲିସ ଡାକ୍ତରଖାନା ରେ ପହଂଚି ଶବ ଜବତ କରି ଅପମୂର୍ତଁ ମାମଲା ରୁଜୁ କରିଛି ବୋଲି ଜଣାପଡିଛି,