ଗଣିଆ,-(ମନୋରଞ୍ଜନ ମଳିକ)- କିଛି ଦିନର ବ୍ୟବଧାନ ପରେ ପୁଣି ନୟାଗଡ଼ ଜିଲା ଗଣିଆ ବନାଞ୍ଚଳ କାଚପଲ୍ଲୀ ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ଗଣିଆ ବନ ବିଭାଗ । ,ଗଣିଆ ବନାଞ୍ଚଳ ଘୁଗୁଡ଼ିପଡା ସେକ୍ସନ ଅଞ୍ଚଳରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାଘ ଛାଲ ଓ ବ୍ୟବହୃତ ହୋଇଥିବା ବନ୍ଧୁକକୁ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଖଳିସାହି ଗ୍ରାମର ତ୍ରିନାଥ ପ୍ରଧାନ (୫୨), କାଚପଲ୍ଲୀ ଗ୍ରାମରବିମ୍ବାଧର ନାୟକ (୨୪) ଓ ରାମଚନ୍ଦ୍ର ଦଳବେହେରା (୨୪) ବୋଲି ଜଣାପଡିଛି । ସୂଚନା ଥାଉକି ଗତ ଜାନୁଆରୀ ମାସରେ ଗଣିଆ ବନାଞ୍ଚଳ ଖଳିସାହି ଗ୍ରାମର ତ୍ରିନାଥ ପ୍ରଧାନ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ସେଠାରେ ଛେଳିକୁ ଏକ କଲରା ପତରିଆ ବାଘ ଛେଲିକୁ ଖାଇଯାଇଥିଲା ! ଯାହାକୁ ନେଇ ତ୍ରିନାଥ ମନରେ କ୍ରୋଧ ଆସିଥିଲା ବାଘକୁ ମରିବା ପାଇଁ ଯୋଜନା କରିଥିଲା ! ଯୋଜନା ମୁତାବକ ତ୍ରିନାଥ ଓ ବିମ୍ବାଧର ନାୟକ ଓ ରାମଚନ୍ଦ୍ର ଦଳବେହେରା ଙ୍କ ସମେତ ଆଉ ଦୁଇ ସହଯୋଗୀ ମିଶି ବିଦ୍ୟୁତ ତାର ଦ୍ୱାରା ବାଘ ଟିକୁ ଶିକାର କରି ମାରିଥିଲେ । ବାଘ ଛାଲକୁ ବିକ୍ରି କରିବା ପାଇଁ ନିଷ୍ପତି ନେଇଥିଲେ । କୌଣସି କାରଣରୁ ଖବର ପାଇଁ ନୟାଗଡ ବନବିଭାଗ ଅତର୍କିତ ଖଳିସାହି ଗ୍ରାମରେ ଚଢ଼ାଉ କରିଥିଲେ ! ତ୍ରିନାଥ ଙ୍କ ଘରୁ ବାଘ ଛାଲ ସହିତ ବ୍ୟବହୃତ ହୋଇଥିବା ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଜବତ କରିବା ସହିତ ଗଣିଆ ବନ ବିଭାଗକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି ବନ ବିଭାଗ ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ