ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ରାସଙ୍ଗ ଗ୍ରାମପଂଚାୟତ ର ଶନିବାର ଦିନ ଅପରାହ୍ନ ସମୟରେ ଅଗ୍ନି କାଣ୍ଡ ଘଟି ବହୁ ସମ୍ପତ୍ତି ନଷ୍ଟ ହୋଇଛି ବୋଲି ଜଣାପଡିଛି, ସୂଚନା ମୁତାବକ ଡଙ୍କାରୀ ସାହି ଗ୍ରାମର ରୋହିତ ସେଠି ଙ୍କ ସ୍ତ୍ରୀ ରୋଷଇ କରୁଥିବା ବେଳେ ଚୁଲିରୁ ନିଆଁ ବାହାରି ଚାଳରେ ଲାଗିଯାଇଥିଲା, ଖବର ପାଇଁ ଗଣିଆ ଦମକଳ ଅଫିସ ର କର୍ମଚାରୀ ମାନେ ପହଂଚି ନିଆଁ ଲିଭାଇ ଥିଲେ, ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା ଙ୍କ ନିର୍ଦେଶ କ୍ରମେ ଗଣିଆ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଶ୍ରୀ ସୁଶାନ୍ତ କୁମାର ବାରିକ ସହିତ ତହସିଲ ଅଫିସ ର କର୍ମଚାରୀ ମାନେ ପହଂଚି ରୋହିତ ସେଠି କୁ ସରକାର ଙ୍କ ନିୟମ ଅନୁସାରେ ପଲିଥିନ ଖଣ୍ଡିଏ ଦେଇ ଥିଲେ, ଓ ସରକାର ଙ୍କ ନିୟମ ଅନୁସାରେ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି , ରୋହିତ ସେଠି ଜଣେ ଗରିବ ଲୋକ ହୋଇ ଥିବାରୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି, ନଗଦ ଟଙ୍କା 60000(ଷାଠିଏ ହାଜ଼ାର )ସହିତ ଆନୁମାନିକ ଦୁଇ ଲକ୍ଷ ଟଙ୍କା ର ସମ୍ପତ୍ତି ପୋଡି ଯାଇଛି ବୋଲି ଜଣାପଡିଛି, ରୋହିତ ସେଠି କୁ ଘର ଖଣ୍ଡିଏ ସହିତ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ ହେଉଛି,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା