ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ସ୍ଵଛଭାରତ ଅଭିଯାନ କାର୍ଯ୍ୟକ୍ରମ ଏକ ପ୍ରହସନ ବୋଲି ଚର୍ଚ୍ଚା ର ବିଷୟ ପାଲଟିଛି, ଗଣିଆ ଗ୍ରାମପଂଚାୟତ କୁ ଲାଗି ଗଣିଆ ହାଟ ରହିଛି, ଗଣିଆ ହାତକୁ ଆସୁଥିବା ବ୍ୟବସାୟୀ ମାନେ ନିଜ ଦୋକାନ ର ଅଳିଆ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପନିପରିବା ଚୋପା ପକାନ୍ତି, ସେଠାରେ ଅଳିଆ ଆବର୍ଜନା ପଚିସଢ଼ୀ ଦୁର୍ଗନ୍ଧ ହେଉଛି, ସରକାର ଙ୍କ ଦ୍ଵାରା ଜ଼ିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ଗଣିଆ ହାଟରେ ଭିତରେ ଜୈବିକ ଖତ ଗାଢ଼ ନିର୍ମାଣ କରାଯାଇ ଥିଲା, କାଳ କ୍ରମେ ଭାଙ୍ଗିରୁଜି ମାଟିରେ ମିଶିଲାଣି, ଯାହା ଫଳରେ ଲୋକ ମାନେ ବିଭିନ୍ନ ରୋଗ ରେ ପଡୁଛନ୍ତି, ଗଣିଆ ହାଟ ସହିତ ଗଣିଆ ତଳବଜ଼ାର ରେ ବର୍ତମାନ ଅଳିଆ ଆବର୍ଜନା ପଡ଼ିରହିଛି, ତେବେ ଗଣିଆ ରେ ସରକାର ଙ୍କ ତରଫରୁ ଖତ ଗାଡ଼ିଆ ନିର୍ମାଣ କରିବା ପାଇଁ ଜନସାଧାରଣ ମାନେ ଦାବୀ କରିଛନ୍ତି,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ