ଭୁବନେଶ୍ଵର: ଶ୍ରମିକ ଦିବସରେ ଭୁବନେଶ୍ୱରସ୍ଥିତ ବ୍ରହ୍ମେଶ୍ଵର ପାଟଣାରେ ଥିବା ଜଗନ୍ନାଥ ଆଶ୍ରମରେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମୟରୀ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବରିଷ୍ଠ କର୍ମକର୍ତ୍ତା କ୍ରିଷ୍ଣାୟନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମଗ୍ର ୩୦ଟି ଜିଲ୍ଲାରୁ ସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇ ସଂଘର ବିଭିନ୍ନ ସମସ୍ୟା, ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦୀର୍ଘ ୧୨ ବର୍ଷ ଧରି ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ କର୍ମଋରୀମାନେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୫ ବର୍ଷିଆ ଟେଣ୍ଡର ହିସାବରେ ଥିବା ଠିକା ସଂସ୍ଥାମାନଙ୍କ ଦ୍ବାରା ନିଯୁକ୍ତି ପାଇ ଦୈନିକ ୧୨ ଘଣ୍ଟା ସିଫ୍ଟ ଡ୍ୟୁଟି କରି ଲୋକମାନଙ୍କୁ ସେବା ଯୋଗାଉଥିଲେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ୮ ଘଣ୍ଟାର ପାରିଶ୍ରମିକ ଦେଇ କର୍ମପ୍ଟରୀମାନଙ୍କୁ ପ୍ରତାରଣା କରୁଥିବା ଖବର ସରକାରଙ୍କୁ ଜଣାଇଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏପରିକି ଓଭର ଟାଇମ୍ ପାରିଶ୍ରମିକ ମିଳୁନାହିଁ ଏବଂ ଡ୍ୟୁଟି ସମୟରେ କୌଣସି କର୍ମମ୍ଭରୀ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ନାହିଁ ବୋଲି ସଂଘ ତରଫରୁ ଅଭିଯୋଗ କରାଯାଇଅଛି । ସଂସ୍ଥା ପାଖରେ କର୍ମୠରୀମାନେ ନିଜର ସମସ୍ୟା ଜଣାଇଲେ ବିନା କାରଣରେ ବାରମ୍ବାର ଛଟେଇ କରିବାର ଧମକ ଦିଆଯାଉଛି ଏବଂ କିଛି କର୍ମପ୍ଟରୀଙ୍କୁ ମଧ୍ୟ ଅନ୍ୟାୟ ଭାବେ ଛଟେଇ କରାଯାଇଛି । ଏଣୁ ସଂଘ ତରଫରୁ ଆଗାମୀ ଦିନରେ ଏକ ଟ୍ରେଡ ୟୁନିୟନ ମାଧ୍ୟମରେ ସରକାରଙ୍କ ପାଖରେ ସମସ୍ତ ଦାବି ସମସ୍ୟା ଓ ଠିକା ସଂସ୍ଥାର ଅନ୍ୟାୟ ଅନୀତି ସମ୍ବନ୍ଧରେ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୦୮ ଆମ୍ବୁଲାନ୍ସ କର୍ମୟରୀମାନେ ଏକ ଟ୍ରେଡ ୟୁନିୟନ ରାଜ୍ୟ ସରକାରଙ୍କ ୧୯୨୬ ନିୟମ ଅନୁସାରେ ପଞ୍ଜିକୃତ କରିଛନ୍ତି ଯାହାର ନମ୍ବର ହେଉଛି କେଏଚ୍ଡବ୍ଲୁ ) ଆରଟିଓ । ୨୦୨୫ / ୦୦୦୧୫୭ ମୁଖ୍ୟ କାର୍ଯ୍ୟାଳୟ ଡୁମୁଡୁମା, ହାଉସିଂ ବୋର୍ଡ଼ ଫେଜ୍-୨, ଡିଡିଏଲ-୮୨୯, ଥାନା ଖଣ୍ଡଗିରି, ଭୁବନେଶ୍ଵର-୭୫୧୦୧୯ ଠିକଣାରେ ପଞ୍ଜିକୃତ ହୋଇଛି ବୋଲି ସଂଘର ସଭାପତି ଶ୍ରୀ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ଘୋଷଣା କରିଛନ୍ତି । ଆଗାମୀ ଦିନରେ ଏହି ଟ୍ରେଡ ୟୁନିୟନ ମାଧ୍ୟମରେ ସବୁ ସମସ୍ୟାର ଆଲୋଚନା କରାଯିବା ସହିତ ସରକାରଙ୍କୁ ଅବଗତ କରାଯିବ ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା