ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖବର ନେବାରେ ଜଣାଗଲାଯେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ବଡଭାଇ ସ୍ବର୍ଗତ ବସନ୍ତ କୁମାର ପାଣିଗ୍ରାହୀ ଅକାଳ ବିୟୋଗ ପରେ ଏକାଦଶାହ ରେ ଯୋଗ ଦେବା ପାଇଁ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ରେ ହେଲିପ୍ୟାଡ଼ ରୁ ଅବତରଣ କରିଲା ପରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ନିଜ ବାସଭବନ ଗଣିଆ ବ୍ଲକ ପତଣ୍ଡା ଗ୍ରାମରେ ପହଂଚି ଶୋକ ସଭା ରେ ଯୋଗ ଦେଇ ଥିଲେ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପହଂଚି ପୁଷ୍ପବୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ, ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ଼ ରୁ ଅବତରଣ କରି ପଡିଆ ଚାରିପଟେ ବୁଲି ଜନସାଧାରଣ କୁ ହାତ ହଲାଇ ସ୍ୱାଗତ ଜଣାଇଥିଲେ, ପରେ ଏକ ବିରାଟ କାରଗେଟ ରେ ସାଂସଦ ଙ୍କ ଘରେ ପହଂଚି ଥିଲେ, ମୁଖ୍ୟମନ୍ତ୍ରୀ ସାଂସଦ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇଥିଲେ ଆୟୋଜନ ଶ୍ରଦ୍ଧାଞ୍ଜଳି ସଭାରେ ବିଧାନସଭା ର ବାଚସ୍ପତି ସୁରମା ପାଡ଼ୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରାଜ୍ୟ ଯୁବମୋର୍ଚା ସଭାପତି ଅଭିଳାଷ ପଣ୍ଡା, ଦଶପଲ୍ଲା ବିଧାୟକ ପ୍ରାଥୀ ରାଘବ ମଳିକ, ଜ଼ିଲ୍ଲା ସଭାପତି ତାପସ ମାର୍ଥା, ଗଣିଆ ବ୍ଲକ ସଭାପତି ମହାବୀର ମିଶ୍ର, ସାଂସଦ ଙ୍କ ପ୍ରତିନିଧି ଶରତ କର, ବିଭୁତି ଭୂଷଣ ପଣ୍ଡାସମେତ ରାଜ୍ୟ ତଥା ବିଭିନ୍ନ ଜ଼ିଲ୍ଲା ର ବରିଷ୍ଠ ନେତା, ବୁଦ୍ଧିଜୀବୀ ତଥା ଜନସାଧାରଣ ମାନେ ଉପସ୍ଥିତ ଥିଲେ, ଆଜିର କାର୍ଯ୍ୟକ୍ରମ ରେ ନୟାଗଡ ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ, ସୁଶ୍ରୀ, ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା, ବିଡ଼ିଓ ସାଗର ନନ୍ଦ, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନ ପ୍ରମୁଖ ଉପସ୍ଥିତ ଥିଲେ,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା